ଅଟୋକୁ ଧକ୍କା ଦେଲା ପଲସର; ବାଇକ୍ ଚାଳକ ମୃତ

ରାଜ୍ୟ
ବାରିପଦା : ଆଜି ଅପରାହ୍ନରେ ଜନୈକ ଯୁବକ ରାଇରଙ୍ଗପୁର  ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା କୁ ଯାଉଥିବା ସମୟରେ ବିଜାତଳା ବଜାର ରାସ୍ତା ଉପରେ ଅଟୋ ସହିତ ଧକ୍କା ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଵିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ମୃତକଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ କୁ ପଠାଇଥିଲା । ଗୁରୁବାର ଦିନ ସକାଳେ  ଶବ ବ୍ୟବଚ୍ଛେଦ କରାଯିବ ।ମୃତ ଯୁବକଙ୍କ ଘର‌ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣାପାଣି ପଞ୍ଚାୟତର ମୁରୁଗାଘୁଟୁ ଗ୍ରାମର ମାନ ମୁର୍ମୁ (୨୨) ।
Shrutilipi ad