ଆଗରପଡ଼ା :ବନ୍ତ ତହସିଲ ଅଧିନ କନ୍ତିଆ ଗ୍ରାମରେ ସର୍ବସାଧାରଣ ରାସ୍ତା ଓ ଗୋଚର ଜମିର ଜବର ଦଖଲ ଉଛେଦ ଦାବି କରିଛନ୍ତି ଗ୍ରାମର ରଘୁନାଥ ମିଶ୍ର । ଏ ନେଇ ସେ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । କନ୍ତିଆ ମୌଜାର ଖସଡ଼ା ନମ୍ବର ୪୭୨ ଓ ୪୭୮ କୁ କେତେକ ଖଳ ପ୍ରକୃତି ଲୋକ ଜୋର ଜବରଦସ୍ତ ଅବରୋଧ କରିବା ସହିତ ସର୍ବସାଧାରଣ ରାସ୍ତାକୁ ମଧ୍ୟ ଅବରୋଧ କରିଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଦିଆ ଯାଇଥିବା ପତ୍ରରେ ଲିଖିତ ହୋଇଛି । ଏହି ଗ୍ରାମ ଦେଇ ଆରଡି ରାସ୍ତା କାର୍ଯ୍ୟ ଚାଲୁଥିବା ବେଳେ ରାସ୍ତା ଅନେକ ସ୍ଥାନରେ ଅବରୋଧ ଥିବାରୁ ରାସ୍ତା କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି । ସର୍ବସାଧାରଣଙ୍କ ସୁବିଧା ନିମନ୍ତେ ଏହି ଅଭିଯୋଗକୁ ଗୁରୁତ୍ୱ ସହକାରେ ନେଇ ଜବର ଦଖଲ ଉଛେଦ ନିମିତ ବିହିତ ପଦକ୍ଷେପ ନେବା ପାଇଁ ମଧ୍ୟ ଏହି ଦରଖାସ୍ତରେ ଉଲ୍ଲେଖ ଥିବା ଜଣାପଡ଼ିଛି ।

