ବଳଭଦ୍ର ଦେବ ମନ୍ଦିର ବାର୍ଷିକ ଉତ୍ସବ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ଗଣିଜାଙ୍ଗ ଶାସନରେ ବଳଭଦ୍ର ଦେବ ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନିକଟସ୍ଥ ମହାଦେବ ପୁଷ୍କରିଣୀ ରୁ ୫ଗୋଟି କଳସ ଘଟୋଉତ୍ତୋଳନ କରାଯାଇ ଗ୍ରାମ ପରିକ୍ରମା ପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ଗୋ ପୂଜା, ଦ୍ୱାରାପାଳ ପୂଜା, ଷୋଡ଼ଶ ଉପଚାର ପୂଜା, ସୂର୍ଯ୍ୟ ପୂଜା ସମେତ ସମସ୍ତ ପୂଜା ପରେ ଯଜ୍ଞ ଆରମ୍ଭ ହୋଇଥିଲା । ପୂଜକ ରାମଚନ୍ଦ୍ର ପାଣିଗ୍ରାହୀ, ଗୋବିନ୍ଦ ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିବା ବେଳେ କର୍ତ୍ତା ଜଗନ୍ନାଥ ପତି, ପଦ୍ମାଳୟା ପତି,ରବୀନ୍ଦ୍ର ପତି,ଛବି ରାଣୀ ଦେବୀ ପ୍ରମୁଖ ପୂଜା କାର୍ଯ୍ୟରେ ବସିଥିବା ବେଳେ ଉକ୍ତ ଏକ ଦିବସୀୟ କାର୍ଯ୍ୟକ୍ରମକୁ ଗଣିଜାଙ୍ଗ ଶାସନର ଚିନ୍ତାମଣି ପଣ୍ଡା, ଅର୍ଜୁନ ନନ୍ଦ, ପ୍ରଶାନ୍ତ ମିଶ୍ର, ଜିତେନ୍ଦ୍ର ମିଶ୍ର, ରତ୍ନାକର ନନ୍ଦ, ମନୋଜ ପଣ୍ଡା, ପଦ୍ମନାଭ ପତି ସମେତ ସମସ୍ତ ବଳଭଦ୍ରଙ୍କ ଭକ୍ତ ସହଯୋଗ କରିଥିଲେ । ଶେଷରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଭକ୍ତ ମାନେ ଯୋଗ ଦେଇ ବଳଭଦ୍ର ଦେବଙ୍କ ଆଶୀର୍ବାଦ ଲାଭ କରିଥିଲେ ।

Shrutilipi ad