ଆଦିବାସୀ ଙ୍କ ସିର୍ପା ସୋଳେ (ପୁରସ୍କାର ଭୋଜିଖିଆ) କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା: ମୟୁରଭଞ୍ଜର ବାମନଘାଟି ଉପଖଣ୍ଡ ଅଂଚଳରେ ଆଦିବାସୀମାନେ ବେଶ କିଛି ବର୍ଷ ଧରି ଭିନ୍ନ ଏକ ପରମ୍ପରାକୁ ଆଦରି ନେଇଛନ୍ତି l ଯାହାକି ପୁରସ୍କାର ଭୋଜିଖିଆ ଉତ୍ସବ ନାମରେ ଅଞ୍ଚଳବାସୀମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଅଛି l ବିଶେଷ ବିଭିନ୍ନ ଗ୍ରାମରେ ବସବାସ କରୁଥିବା ସାନ୍ତାଳ, ମୁଣ୍ଡା ଆଦିବାସୀ ଗୋଷ୍ଠୀ ଏହାକୁ ଆୟୋଜନ କରିବାରେ ଅଧିକ ଆଗ୍ରହ ଦେଖାଇ ଆସୁଛନ୍ତି l ଗ୍ରାମର ଯୁବକମାନେ ଫୂଟବଲ ପ୍ରତିଯୋଗିତା କିମ୍ବା ଆଦିବାସୀ ଡ୍ରାମା ପ୍ରତିଯୋଗିତାରେ ପୁରୁସ୍କୃତ ହୋଇ ମେଣ୍ଢା, ଖାସି ପୁରସ୍କାର ପାଇଥିଲେ l ଏଥିପାଇଁ ଏକାଠି ଭୋଜିଭାତ କରିବା ପାଇଁ ଗ୍ରାମବାସୀମାନେ ତିଥି ଧାର୍ଯ୍ୟ କରନ୍ତି l ଗ୍ରାମବାସୀଙ୍କଠାରୁ ଭୋଜି ଆୟୋଜନ ପାଇଁ ପରିବାର ପିଛା ଚାନ୍ଦା ଧର୍ଯ୍ୟ କରାଯାଏ l ବାହାରେ କାମଦାମ କିମ୍ବା ଚାକିରୀ କରୁଥିବା ଲୋକମାନେ ଉକ୍ତ କାର୍ଯ୍ୟକ୍ରମ ପାଇଁ ଅଧିକ ଚାନ୍ଦା ଦେଇଥାନ୍ତି l ବିଜାତଳା ବ୍ଲକ ଚଢେଇପାହାଡି ପଂଚାୟତ ଅନ୍ତର୍ଗତ କାଶୀପାଣି ଠାରେ  ସିରପାସୋଳେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏଥିରେ ଚଢେଇପାହାଡି ସମିତି ସଭ୍ୟା କୁନି ସର୍ଦାର, ଵିଜାତଳା ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ,ବିଜାତଳା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମାଝୀ ରାମ ଟୁଡୁ,  ଏବଂ 31 ନୁମ୍ବର ଜୋନ ର ଜିଲ୍ଲାପରିଷଦ ଶ୍ରୀମତୀ ପାର୍ବତୀ ଟୁଡୁ  ଯୋଗ ଦେଇଥିଲେ l
Shrutilipi ad