ଶିଶୁମନ୍ଦିରରେ ପ୍ରବେଶ ଉତ୍ସବ

ରାଜ୍ୟ

ଆଗରପଡ଼ା :ପବିତ୍ର ଉତ୍କଳଦିବସ ଅବସରରେ ଗୋପିନାଥପୁର ପଞ୍ଚାୟତସ୍ଥିତ ସାହୁପଡ଼ା ଶିଶୁମନ୍ଦିରରେ ନୂତନ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଚନ୍ଦନ, ସିନ୍ଦୁର ମାରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯିବା ସହ ଉତ୍ତୋରତ୍ତର କାମନା କରାଯାଇଥିଲା । ଶିଶୁମନ୍ଦିର ପ୍ରଧାନଆଚାର୍ଯ୍ୟ ମାୟାଧର ଦାସ ଓ ଶିଶୁବାଟିକା ପ୍ରମୁଖ ମମତା ରାଣୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଆୟୋଜିତ ଉତ୍ସବରେ ରମାକାନ୍ତ ମହୁରୀ, ପ୍ରଦୀପ ପାଣିଗ୍ରାହୀ, ସୁମତୀ ସେଠୀ, ରାଜଶ୍ରୀ ବେହେରା, ମମତା ମହାନ୍ତି, ରଶ୍ମିତା ପାଣିଗ୍ରାହୀ, ସ୍ୱର୍ଣ୍ଣଲତା ଦଳେଇ, ରୁନୁଲତା କଟୁଆଳ, ଶୁଚିସ୍ମିତା ଆଇଚ, ପଦ୍ମାବତୀ ବେହେରା ପ୍ରମୁଖ ଗୁରୁମା, ଗୁରୁଜୀମାନେ ପରିଚାଳନା କରିଥିଲେ । ଅଭିଭାବକ ପ୍ରଫୁଲ୍ଲ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ସଂପାଦକ ମଦନ ମୋହନ ପାଣିଗ୍ରାହୀ ପରୀକ୍ଷା ଫଳାଫଳ ଫଳକ ଉନ୍ମୋଚନ କରିଥିଲେ ।

Shrutilipi ad