ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ପଳସା ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଳସା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ରାଜଶ୍ରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କା,ଶିକ୍ଷାବିତ୍ ଶଙ୍କର୍ଷଣ ଦାସ,ପରିଚାଳନା କମିଟି ସଭାପତି ଉମାକାନ୍ତ ସାହୁ,ଶିକ୍ଷୟିତ୍ରୀ ପୂଜାରାଣୀ ଖମାରି,ଜଗନ୍ନାଥ ଶଙ୍ଖୁଆ, ମାନସ କୁମାର ଦେ,ସୁଦର୍ଶନଘଡ଼ାଇ, ମିନାକ୍ଷୀ ରଣା, ଲଷ୍ମୀପ୍ରିୟା ଘଡ଼ାଇ, ପ୍ରସନ୍ନ କୁମାର ଗିରି, ଅଞ୍ଜଳି ଜେନା, ଅକ୍ଷୟ ନାୟକ, ସସ୍ମିତା ନାୟକ, ତପସ୍ୱନୀ ଶତପଥୀ,ମଞ୍ଜୁଲତା ବାରିକ ପ୍ରମୁଖ ଉପସ୍ଥିତ ରହି ନୂତନ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରିବା ପରେ ଠାକୁରଙ୍କ ପାଖରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱାକ୍ଷରତା, ସଂଖ୍ୟାଜ୍ଞାନ, ସୃଜନାତ୍ମକ, ମତାମତ ଆଦି ଷ୍ଟଲ ମାଧ୍ୟମରେ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଦୁଇଗୋଟି ଶ୍ରେଣୀରେ ଆଜି ପ୍ରାୟ ୧୫ ଜଣ ଛାତ୍ର ଛାତ୍ରୀଙ୍କ ନାମ ଲେଖା ହୋଇଥିଲା ।

