୫ ମ ବାର୍ଷିକ ଦୁଇ ଦୀବସୀୟ  ଜାତୀୟ ହୋ ଗାଲାଙ୍ଗ ଜୁମୁର୍  ମହାସମାରୋହରେ ଅନୁଷ୍ଠିତ 

ରାଜ୍ୟ
  • ଆଦିବାସୀମାନଙ୍କୁ ଧର୍ମ ସଙ୍କଟରୁ ମୁକ୍ତି କରିବା- ପ୍ରାକ୍ତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚାମ୍ପାଇ ସୋରେନ
  • ପ୍ରକୃତି ସହିତ ଆଦିବାସୀଙ୍କର ପରମ୍ପରା ଜଡ଼ିତ – ଜଙ୍ଗଲ  ଓ ଶ୍ରମ ମନ୍ତ୍ରୀ ଇଂଗଣେଶ ରାମ ସିଂ ଖୁଣ୍ଟିଆ ଗଣେଶରାମ 
 ବାରିପଦା-   ହୋ ସମାଜ ସମଗ୍ର ଭାରତରେ ୧ କୋଟିରୁ ଉର୍ଦ୍ଧ୍ବ ବସବାସ କରୁଥିବା ବେଳେ ଓଡ଼ିଶାରେ ୩୦ ଲକ୍ଷ ହୋ ସମାଜର ଲୋକେ ମୁଖ୍ୟତଃ ମୟୂରଭଞ୍ଜ,କେନ୍ଦୁଝର,ସୁନ୍ଦରଗଡ଼ ,ଯାଜପୁର ଜିଲ୍ଲାରେ ବସବାସ କରୁଛନ୍ତି ।ହୋ ସମାଜର ସ୍ବତନ୍ତ୍ର ଭାଷା,ଲିପି, ସଂସ୍କୃତି,ପରମ୍ପରା  ଅଛି  ଏହି ଜାତି ଭାତୃତ୍ବ,ସାହସ , କ୍ରୀଡା,ବୀରତ୍ବର ନେଇ ସାରା ବିଶ୍ବରେ ଅନନ୍ୟ । ସେମାନେ ପ୍ରକୃତି ପୂଜକ, ଜଙ୍ଗଲ ରକ୍ଷକ ।
ହେଲେ ଏହି  ହୋ  ସମାଜର ଭାଷା’ ଓ୍ଵାରାଂଚିତି’ ଆଜିଯାଏଁ ସାମ୍ବିଧାନିକ ମାନ୍ୟତା ପାଇଁ ପାରିନାହିଁ । ସରକାରଙ୍କ  ଅଣଦେଖା ରେ ହୋ ଭ ଭାଷା ।ତଦସହ ଏହାର ଭାଷା,ସଂସ୍କୃତି,କଳା ଆଜି ବିପଦରେ । ଏହାକୁ ଉଜ୍ଜୀବିତ ରଖିବା ଏବଂ  ହୋ ସମାଜ ଭାଷା, ସଂସ୍କୃତି ଓ ପରଂପରାକୁ ତଥା ଭାତୃତ୍ଵ,ଭାଇଚାରା  ଏବଂ ହୋ ସମାଜ ଲୋକକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଏକମାତ୍ର ଉଦ୍ଦେଶ୍ୟ ବୋଲି କମିଟିର ମୁଖ୍ୟ ଉଦ୍ବୋକ୍ତା  ରାଜ୍ୟ  ଜଙ୍ଗଲ, ପରିବେଶ ଓ ଶ୍ରମ କଲ୍ୟାଣ ମନ୍ତ୍ରୀ ଇଂ ଗଣେଶ ରାମ ସିଂ  ଖୁଣ୍ଟିଆଙ୍କ ଶିମିଳିପାଳ  ପାଇଁ ଗଣମାଧ୍ୟମ ପ୍ରତିନିଧି ମନୋରଞ୍ଜନ ତିରିଆ  ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ଏହି ୫ ମ ବାର୍ଷିକ ଦୁଇ ଦୀବସୀୟ ” ହୋ ଗାଲାଙ୍ଗ ଜୁମୁର’ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଷଢେ଼ଇକଳା ବିଧାୟକ ଚାମ୍ପାଇ ସୋରେନ,ଅନ୍ଯତମ ଅତିଥି ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଶ୍ରମ କଲ୍ୟାଣ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ , ସମ୍ମାନିତ ଅତିଥି  ବିଧାୟକ ଜଲେନ ନାଏକ, ପ୍ରାକ୍ତନ ଵହଳଦା ବିଧାୟକ ପ୍ରହଲ୍ଲାଦ ପୂର୍ତି,ଅନ୍ୟତମ ଅତିଥି ଵଲିଉଡ  ତାରକା ରାମ ସିର୍କା ପ୍ରମୁଖ ହୋ  ସମାଜର ଲିପି “ଓ୍ଵାରାଂଚିତି” ସ୍ରଷ୍ଟା ଗୁରୁ ଲାକୋଵଦ୍ରା,  ଶହୀଦ ବିର୍ସା ମୁଣ୍ଡା, କ୍ରାନ୍ତିକାରୀ  ଶିକ୍ଷାବିତ, କ୍ରୀଡାବିତ  ତଥା ସମ୍ବିଧାନ ତିଆରି କମିଟିର ସଦସ୍ୟ ଜୟପାଲ ସିଂ ମୁଣ୍ଡା ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଚାମ୍ପାଇ ସୋରେନ କହିଥିଲେ ଆଦିବାସୀମାନେ ସରଳ,ଗରୀବ, ହୋଇଥିବାରୁ ଅନ୍ୟ ସଂମ୍ପ୍ରାଦାୟର ଲୋକେ ସେମାନଙ୍କ ଗରୀଵୀ ଓ ସରଳତାର ସୁଯୋଗ ନେଇ ଧର୍ମାନ୍ତରୀକରଣ କରୁଥିବା ଯୋଗୁଁ ଆଦିବାସୀ ଭାଷା, ସଂସ୍କୃତି ଓ ପରମ୍ପରା ଆଜି ବିପଦରେ । ତେଣୁ ସମସ୍ତ ଆଦିବାସୀ ସମାଜ ସଚେତନ ହେବା ସହ ଧର୍ମାନ୍ତରୀକରଣ କୁ ଜୋରଦାର ବିରୋଧ କରି ନିଜ ଧର୍ମ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଆଗକୁ ଆସିବା ଦରକାର । ଜଙ୍ଗଲ ମନ୍ତ୍ରୀ ଗଣେରାମ ଖୁଣ୍ଟିଆ କହିଥିଲେ ‌ହୋ ସମାଜ ଲୋକେ ପ୍ରକୃତି ପୂଜକ ।ସମାଜ ପାଇଁ ସେମାନ ଅବଦାନ ଅନନ୍ଯ । ଆଜିଯାଏଁ ହୋ ସମାଜର ଭାଷା ସମ୍ବିଧାନର ଅଷ୍ଟମ ଅନୁଛେଦରେ ସ୍ଥାନିତ ହୋଇ ନ ଥିବାରୁ ଦୁଃଖୀତ ।ସେ ସବୁବେଳେ ସରକାରଙ୍କ ପାଖରେ ହୋ‌ ସମାଜର ଭାଷାକୁ ମାନ୍ୟତା ଦେବା ପାଇଁ ଦାବି କରି ଆସୁଛନ୍ତି । ସେହିଭଳି  ବିଧାୟକ ଜଲେନ‌ ନାଏକ କହିଥିଲେ ଭାଷା ଗୋଟିଏ ସମାଜର ଓ ଜାତିର ପ୍ରତିକ ।ଭାଷା ଗୋଟାଏ ଜାତିକୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ ।ସେ ବିଧାୟକ ହୋଇ ନ ଥିବା ପୂର୍ବରୁ ଏବଂ ବିଧାୟକ ହେବାପରେ ଆଜିଯାଏଁ ହୋ ଭାଷା ମାନ୍ୟତା ପାଇଁ ମୟୂରଭଞ୍ଜ ରୁ ଦିଲ୍ଲୀର ଯନ୍ତର ମନ୍ତର ପର୍ଯ୍ୟନ୍ତ ଆନ୍ଦୋଳନ କରି ସରକାରଙ୍କ ପାଖରେ ଗୁହାରି ଜଣାଉଛନ୍ତି ।ପରେ ଏହି ଉତ୍ସବ ଅବସରରେ ଜାତୀୟ  ସ୍ତରର ତୀରନ୍ଦାଜ ପ୍ରତିଯୋଗିତା,ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତର ନାମୀଦାମୀ ପୁରୁଷ ,ମହିଳା ଆର୍ଚେରୀ ଖେଳାଳି ମାନେ ଯୋଗ ଦେଇ କ୍ରୀଡା ନୈପୁଣ୍ୟ ଦେଖାଇଥିଲେ ।ସେହିଭଳି ଜାତୀୟ ସ୍ତରର ହୋ ସମାଜର ଯୁବ କଳାକାର ମାନେ ସୁନ୍ଦର ସୁନ୍ଦର  ସଙ୍ଗୀତ ଗାନ କରି ହଜାର ହଜାର‌ଦର୍ଶକଙ୍କ ମନ ଜିତିଥିଲେ ।ଅତିଥିଗଣ ସେହି ଯୁବ ପ୍ରତିଭାଧାରୀ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପରେ ହୋ ସମାଜର ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗର ଖ୍ୟାତନାମା ନୃତ୍ୟଦଳ ନିଜର ପାରଂପାରିକ ବେଶଭୂଷା, ବାଦ୍ୟଯନ୍ତ୍ର,ଢୋଲ,ମାଦଳ,ଧୂମୁଷା ବଜାଇ ,ଗୀତ ଗାଇ ମଞ୍ଚକୁ ଦୁଲୁକାଇ ଥିଲେ ‌ । ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର‌  ହୋ ସମାଜର ଲୋକେ ଏହି ଭବ୍ୟ ରଙ୍ଗାରଙ୍ଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଢୋଲ,ମାଧବ,ଧୂମସା ବାଦ୍ୟ ,ଗୀତ ଓ ନୃତ୍ୟରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ।ଉକ୍ତ ଭବ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ହୋ ଗାଲାଙ୍ଗ ଜୁମୁର କମିଟିର ସଂସ୍ଥାପକ ଗିରିଶ ଚନ୍ଦ୍ର ହେମ୍ବ୍ରମ, ସଭାପତି ଗଙ୍ଗାଧର ହେମ୍ବ୍ରମ, ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ତିରିଆ, କେନ୍ଦ୍ରୀୟ କମିଟି ସଦସ୍ୟ ରାଜେଶ ବଦ୍ରା,ଧନୀ ବୋଇପେଇ, ମହାନ୍ତି ଜେରାଇ,ଚନ୍ଦ୍ରମୋହନ ମୁଣ୍ଡୁରୀ,ରେନ୍ସୋ ବିଲୁଆ,ମୋନିକା କାଣ୍ଡେକାଲ,ଚନ୍ଦ୍ରିକା କାଣ୍ଡେକାଲ,ପୁନମ୍ ପୂର୍ତି,ସୁନିଲ ଜାମୁଦା ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ର ସହ ସଂପନ୍ନ ହୋଇଥିବାରୁ ସମସ୍ତ ହୋ ସମାଜର ଭାଇ ଭଉଣୀମାନଙ୍କୁ କୃତଜ୍ଞତା ଜଣାଇଥିଲେ ।
Shrutilipi ad