ବନ୍ତ ବ୍ଲକ କାଦବରାଙ୍ଗ ଠାରେ ବିଜେଡି ପକ୍ଷରୁ ଉତ୍କଳଦିବସ ପାଳିତ

ରାଜ୍ୟ

ଆଗରପଡ଼ା: ବନ୍ତ ବ୍ଲକ କାଦବରାଙ୍ଗ ଠାରେ ବିଜୁ ଜନତାଦଳ ପକ୍ଷରୁ ଉତ୍କଳଦିବସ ପାଳିତ ହୋଇଯାଇଛି ।ଏଥିରେ ବିଧାୟକ ସଂଜୀବ ମଲ୍ଲିକ ଯୋଗଦେଇ ଡ.ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ପରି ଯୋଗଜନ୍ମାଙ୍କ ଆର୍ଦଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେବା ସହ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଯୁବନେତା ସତ୍ୟସାଧନ ବେଜ, ଲାଲା ସ୍ୱାଇଁ, ଲକ୍ଷ୍ମୀକାନ୍ତ ମହାନ୍ତି,ଜଇନୁଲ୍ ଆବେଦିନ ପ୍ରମୁଖଙ୍କ ସମେତ ବିଭିନ୍ନ ପଂଚାୟତର ସରପଂଚ ଓ ସମିତିସଭ୍ୟଙ୍କ ସମେତ ବିଜେଡ଼ି ନେତୃବୃନ୍ଦ ଯୋଗ ଦେଇଥିଲେ ।

Shrutilipi ad