ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେତୁ ସ୍ଥାନୀୟ ଦୈନିକ ଓ ସାପ୍ତାହିକ ହାଟର ଖୋଲା ହେବା ସମୟ ନିର୍ଧାରିତ

ରାଜ୍ୟ
  • ଜନସାଧାରଣଙ୍କ ପାଇଁ ଦିବା ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ସ୍ଥାନୀୟ ଦୈନିକ ଓ ସାପ୍ତାହିକ ହାଟ।
  • ଦିବା ୧୧ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପିକ ଆୱାରରେ ବନ୍ଦ ରହିବ ସ୍ଥାନୀୟ ଦୈନିକ ଓ ସାପ୍ତାହିକ ହାଟ

ବାରିପଦା: ଭାରତୀୟ ପାଣି ପାଗ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଦିନକୁ ଦିନ କ୍ରମଶଃ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ଅଂଶୁଘାତ ରୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଖାଉଟି ଓ ବ୍ୟବସାୟୀ ମାନଙ୍କ ମଧ୍ଯରେ କିଣା ବିକା କରିବା ପାଇଁ ସ୍ଥାନୀୟ ଦୈନିକ ଓ ସାପ୍ତାହିକ ହାଟ ଗୁଡିକର ସମୟ ନିର୍ଧାରଣ କରାଯାଇଛି। ତଦନୁସାରେ ଜିଲ୍ଲାରେ ସ୍ଥାନୀୟ ଦୈନିକ ଓ ସାପ୍ତାହିକ ହାଟ ଗୁଡିକ ଜନସାଧାରଣଙ୍କ ପାଇଁ ଦିବା ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ।ଦିବା ୧୧ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପିକ ଆୱାର ରେ ବନ୍ଦ ରହିବ । ଏହି ସମୟ ନିର୍ଘଣ୍ଟ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରି ହେବ।

ଏତଦ ବ୍ୟତୀତ ଟାଣ ଖରା ଓ ତାପ ରୁ ରକ୍ଷା ପାଇବା ପାଇଁ ସତର୍କତା ମୂଳକ ପଦକ୍ଷେପ ଯଥା ଆବଶ୍ୟକ ନଥିଲେ ଟାଣ ଖରାରେ ପଦାକୁ ନବାହାରିବା, ଖରାରେ ବାହାରକୁ ଯିବାର ଆବଶ୍ୟକ ଥିଲେ ଥିଲେ ପ୍ରଚୁର ପାଣି ପିଇବା ସହିତ ଜୋତା, ଛତା ଚଷମା ଓ ମୁଣ୍ଡରେ ଓଦା ଗାମୁଛା ବ୍ୟବହାର କରିବା, ସଙ୍ଗରେ ଥଣ୍ଡା ପାଣି ବୋତଲ ଏବଂ ଓ ଆର ଏସ ପ୍ୟାକେଟ ଇତ୍ୟାଦି ରଖିବା, ହାଲିଆ ଲାଗିଲେ ଛାଇ ବା ଚାଳିଆ ଜାଗାରେ ବିଶ୍ରାମ ନେବା ଇତ୍ୟାଦି ଅବଲମ୍ବନ କରିବା ପାଇଁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଅଛି l

Shrutilipi ad