୪ ଦିନ ପରେ ବର୍ଷା, ୭ ଦିନ ଭିତରେ ଦକ୍ଷିଣ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ

ରାଜ୍ୟ

ଭୁବନେଶ୍ୱର :  ୪ ଦିନ ପରେ ବର୍ଷା । ଆସନ୍ତା ୨ ତାରିଖ ବେଳକୁ ବର୍ଷା ସମ୍ଭାବନା । ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଶା ପରିବର୍ତନକୁ ନେଇ ୨ କିମ୍ବା ୩ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପଟେ ୭ ଦିନ ଭିତରେ ଦକ୍ଷିଣ ବଙ୍ଗୋପସାଗର ନିକଟରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ ।

ଭାରତୀୟ ପାଣିପାଗ ସଂସ୍ଥା ସୂଚନା ମୁତାବକ ଦକ୍ଷିଣ ବଙ୍ଗୋପସାଗର ନିକଟ ଭୂମଧ୍ୟ ଭାରତ ମହାସାଗରରେ ଏପ୍ରିଲ ୩ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ଅକ୍ଷାଂଶର ସମାନ୍ତରାଳ ଭାବେ ବହୁଥିବା ପବନରେ ଅସଙ୍ଗତି ଏବଂ ଭୂମଧ୍ୟରେଖୀୟ ଢେଉ ଯୋଗୁଁ ଘୂର୍ଣ୍ଣିବଳୟ ସୃଷ୍ଟି ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିଛି । ଭାରତ ମହାସାଗରରେ ନେଗେଟିଭ ଇଣ୍ଡିଆନ୍ ଡାଇପୋଲ୍ ସ୍ଥିତି ରହିଛି ।

ଅର୍ଥାତ ପଶ୍ଚିମ ଭାରତ ମହାସାଗରରେ ପାଣି ସ୍ବାଭାବିକଠାରୁ ଥଣ୍ଡା ରହିଛି ଏବଂ ପୂର୍ବ ଭାରତ ମହାସାଗରର ସମୁଦ୍ର ପାଣି ଗରମ ରହିଛି। ଏହା ଘୂର୍ଣ୍ଣିବଳୟ ସୃଷ୍ଟି ପାଇଁ ଏକ ଅନୁକୂଳ ବାତାବରଣ। ଏପଟେ ତାତିରୁ ମିଳୁନି ନିସ୍ତାର। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମପ୍ରବାହ କଲବଲ କରୁଛି। ଆହୁରି ୩ ଦିନ ଏଭଳି ସ୍ଥିତି ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

Shrutilipi ad