ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ କନ୍ତିଆ ସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ମହାବିଦ୍ୟାଳୟର ଆୟୋଜିତ କାର୍ଯ୍ୟକ୍ରମରେ ଯୁକ୍ତ ୩ ଶାସ୍ତ୍ରୀର ୫୦ ଜଣ ଛାତ୍ରୀ ଆତ୍ମାରକ୍ଷା କୌଶଳ ଉପରେ ତାଲିମ ନେଇଥିଲେ । ମହାବିଦ୍ୟାଳୟର ଅଧକ୍ଷ ଶଙ୍କର୍ଷଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ହରପ୍ରିୟା ମହାକୁଡ଼, ହିମାସ୍ମି ସ୍ୱାଇଁ, ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଡ ଦେବଯାନୀ ପଣ୍ଡା, ଅଧ୍ୟାପକ ସୁବାସ ଚନ୍ଦ୍ର ନାୟକ, ଚନ୍ଦ୍ରକାନ୍ତ ବେହେରା, ମନୋଜ କୁମାର ରାଉତ, ସୁଶାନ୍ତ କୁମାର ବେହେରା, ସସ୍ମିତା ରାଉତ, କର୍ମଚାରୀ ଉତ୍ତମ କୁମାର ବିଶ୍ୱାଳ, ଶଙ୍କର୍ଷଣ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

