କଂଗ୍ରେସ ନେତାଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟ

ବାରିପଦା -ଗତ କିଛି ମାସ ଧରି ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ବିଧାନସଭାରେ ସ୍ୱର ଉତ୍ତୋଳନ କରୁଥିବା କଂଗ୍ରେସ ବିଧାୟକମାନଙ୍କ ଅଗଣତାନ୍ତ୍ରିକ ନିଲମ୍ବନ ତଥା ପିସିସି ସଭାପତି ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ତରଫରୁ ବାରିପଦା ସ୍ଥିତ ଟ୍ରାଫିକ ଛକ ଠାରେ ସଂନ୍ଧ୍ୟା 7ଘଟିକା ସମୟରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଛି |

ଉକ୍ତ କାର୍ଯ୍ୟକ୍ରମକୁ ପିସିସି ସଭ୍ୟ ଅରବିନ୍ଦ ଦାସ ସଭାପତିତ୍ୱ କରି ମୋହନମାଝି ସରକାରକୁ ତୀବ୍ର ସମାଲୋଚନା କରି ଥିଲେ.ବିଗତ ନଅ ମାସ ମଧ୍ୟ ରେ ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନା ବିରୋଧରେ ଆଗାମୀ 27 ତାରିଖ ରେ ରାଜ୍ୟ କଂଗ୍ରେସ ଦ୍ୱାରା ଦିଆଯାଇଥିବା ବିଧାନ ସଭା ଘେରାଉ ଡାକରାରେ ଅଧିକରୁ ଅଧିକ କର୍ମୀ ଯୋଗ ଦେବା ପାଇଁ ଆହ୍ୱାନ ଦେଇଥିଲେ |

ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଜନ ଦାସ, ପୂର୍ବତନ ଉପନଗରପାଳ ଶ୍ରୀ ପ୍ରଦୀପ ମିଶ୍ର, ପୂର୍ବତନ କାଉନସିଲର ବିଜୟ ସିଂ, ବାରିପଦା ବିଧାନସଭା ପ୍ରାର୍ଥୀ ପ୍ରମୋଦ ହେମ୍ବ୍ରମ, ପିସିସି ସଭ୍ୟ ଯୋଗେଶ ଅଗ୍ରୱାଲ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ମୋତି ପ୍ରକାଶ ଦାଶ, ଶିବାନନ୍ଦ ଦାସ, ଶେଖ ମୁସ୍ତଫା, ରଶ୍ମିତା ମିଶ୍ର,ସମର ରଞ୍ଜନ ଦାସ ପ୍ରଭୃତି ଶତାଧିକ କର୍ମୀ ଯୋଗ ଦେଇଥିଲେ. ପରିଶେଷରେ ମୁଖ୍ୟ ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିରୋଧ ପ୍ରଦର୍ଶନ କରାଯାଇଥିଲା।

Shrutilipi ad