ନିର୍ବାଚନ ପ୍ରକ୍ରିୟାକୁ ମଜବୁତ କରିବାକୁ ନିର୍ବାଚନ କମିଶନଙ୍କ ଦଳୀୟ ସଭାପତି ଏବଂ ନେତାମାନଙ୍କୁ ଆମନ୍ତ୍ରଣ

ରାଜ୍ୟ

ବାରିପଦା: ଭାରତୀୟ ନିର୍ବାଚନ କମିଶନ ଇଆରଓ , ଜିଲ୍ଲା ନିର୍ବାଚନ ଅଧିକାରୀ କିମ୍ବା ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ତରରେ ନିର୍ବାଚନ ସମ୍ବନ୍ଧିୟ ଯେକୌଣସି ସମାଧାନ ହୋଇନଥିବା ସମସ୍ୟା ପାଇଁ ୩୦ଏପ୍ରିଲ ୨୦୨୫ ସୁଦ୍ଧା ସମସ୍ତ ଜାତୀୟ ଏବଂ ରାଜ୍ୟ ରାଜନୈତିକ ଦଳଙ୍କଠାରୁ ପରାମର୍ଶ ଆମନ୍ତ୍ରଣ କରିଛନ୍ତି । ନିର୍ବାଚନ କମିଶନ ତରଫରୁ ରାଜନୈତିକ ଦଳଗୁଡ଼ିକୁ ଜାରି କରାଯାଇଥିବା ଏକ ବ୍ୟକ୍ତିଗତ ଚିଠିରେ, କମିଶନ ପ୍ରତିଷ୍ଠିତ ଆଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ପରସ୍ପର ସୁବିଧାଜନକ ସମୟରେ ଦଳୀୟ ସଭାପତି ଏବଂ ଦଳର ବରିଷ୍ଠ ସଦସ୍ୟମାନଙ୍କ ସହିତ ଆଲୋଚନା କରିବାକୁ ମଧ୍ୟ ବିଚାର କରିଛନ୍ତି। ପୂର୍ବରୁ, ଗତ ସପ୍ତାହରେ ଅନୁଷ୍ଠିତ ଇ ସି ଆଇ ସମ୍ମିଳନୀରେ, ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ , ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ ରିଟର୍ଣ୍ଣିଙ୍ଗ ଅଧିକାରୀ ମାନଙ୍କୁ ରାଜନୈତିକ ଦଳମାନଙ୍କ ସହିତ ନିୟମିତ ଆଲୋଚନା କରିବାକୁ ତଥା ପୂର୍ବରୁ ପ୍ରଚଳିତ ଆଇନଗତ ଢାଞ୍ଚା ମଧ୍ୟରେ ବୈଠକରେ ପ୍ରାପ୍ତ ଯେକୌଣସି ପରାମର୍ଶର ସମାଧାନ କରିବା ସହ ୩୧ମାର୍ଚ୍ଚ, ୨୦୨୫ ସୁଦ୍ଧା କମିଶନଙ୍କୁ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କମିଶନ ରାଜନୈତିକ ଦଳଗୁଡ଼ିକୁ ବିକେନ୍ଦ୍ରୀକରଣ କାର୍ଯ୍ୟର ଏହି ପଦ୍ଧତିକୁ ସକ୍ରିୟ ଭାବରେ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ। ନିର୍ବାଚନ ପ୍ରକ୍ରିୟାର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରୁଥିବା ସମ୍ବିଧାନ ଏବଂ ସାମ୍ବିଧାନିକ ଢାଞ୍ଚା ଅନୁଯାୟୀ କମିଶନ ଦ୍ୱାରା ଚିହ୍ନଟ କରାଯାଇଥିବା ୨୮ଟି ହିତାଧିକାରୀଙ୍କ ମଧ୍ୟରୁ ରାଜନୈତିକ ଦଳଗୁଡ଼ିକ ପ୍ରମୁଖ ହିତାଧିକାରୀମାନଙ୍କ ମଧ୍ୟରୁ ଗୋଟିଏ। କମିଶନ ରାଜନୈତିକ ଦଳଗୁଡ଼ିକୁ ଲେଖିଥିବା ଚିଠିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଜନପ୍ରତିନିଧିତ୍ୱ ଆଇନ ୧୯୫୦ଏବଂ ୧୯୫୧; ଭୋଟର ପଞ୍ଜିକରଣ ନିୟମ, ୧୯୬୦ନିର୍ବାଚନ ନିୟମ ଆଚରଣ ନିୟମ,୧୯୬୧;ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ସମୟ ସମୟରେ ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ, ଓ ମାନୁଆଲ୍ ଏବଂ ହ୍ୟାଣ୍ଡବୁକ୍ (ଇ ସି ଆଇ ୱେବସାଇଟରେ ଉପଲବ୍ଧ) ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଏକ ବିକେନ୍ଦ୍ରୀକରଣ, ଦୃଢ଼ ଏବଂ ସ୍ୱଚ୍ଛ ଆଇନଗତ ଢାଞ୍ଚା ପ୍ରତିଷ୍ଠା କରିଥିବା ଭାରତୀୟ ନିର୍ବାଚନ କମିଶନଙ୍କ ତରଫରୁ ଜାରି ପ୍ରେସ ବିଜ୍ଞପ୍ତି ଦ୍ୱାରା ସୂଚୀତ କରାଯାଇଛି ।

Shrutilipi ad