ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଉଦଯାପିତ

ରାଜ୍ୟ
  • ୩ଦିନ ଧରି ସାରା ଜିଲ୍ଲା ପରିକ୍ରମା କଲା ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥ, ରଥ କୁ ସ୍ୱାଗତ କଲେ ଜିଲ୍ଲାବାସୀ

ବାରିପଦା: ବିଗତ ନଅ ବର୍ଷ ଧରି ମୟୁରଭଞ୍ଜ ଜିଲ୍ଲାର ଚାରିଟି ଯାକ ଉପଖଣ୍ଡର ଅଧିବାସୀଙ୍କ ମଧ୍ୟରେ ସାଂସ୍କୃତିକ ଏବଂ ସାମାଜିକ ସମନ୍ୱୟ ରକ୍ଷା ଏବଂ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ଉଦେଶ୍ୟରେ ବଳାଙ୍ଗୀ ମହୋତ୍ସବ କମିଟିର ଯୁବଶାଖା ବଳାଙ୍ଗୀ ସେନା ପକ୍ଷରୁ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା (ବାଇକ ରେଲି ) ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରୀକ୍ରମା କାର୍ଯ୍ୟକ୍ରମ ଚଳିତ ବର୍ଷ ମାର୍ଚ୍ଚ 7 ତାରିଖରୁ ଆରମ୍ଭ ହୋଇ ଥିବା ବେଳେ, 9 ତାରିଖ ରାତିରେ ବାରିପଦା ସହର ଶୋଭାଯାତ୍ରା ପରେ ଛଉ ପଡିଆ ନିକଟରେ ଉଦଯାପିତ ହୋଇଯାଇଛି | ଏହି ଉଦଯାପନୀ ଉତ୍ସବରେ ବଳାଙ୍ଗୀ ମୋହତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସମ୍ପାଦକ ସାମ୍ବାଦିକ ଦୀପକ କୁମାର ନାୟକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମାରେଶ ନାୟକ, ମହୋତ୍ସବ କମିଟିର ଅଧ୍ୟକ୍ଷ ଅରବିନ୍ଦ ଦାସ, ସଦସ୍ୟ ଇନ୍ଦୁମତି ମହାନ୍ତି ପ୍ରମୁଖ ଯୋଗଦେଇ ମୟୁରଭଞ୍ଜ ମାଟିର ଅସ୍ମିତା ଏବଂ ଐତିହ୍ୟର ସୁରକ୍ଷା ପାଇଁ ବଳାଙ୍ଗୀ ସେନାର ସଂସ୍କୃତି ସୈନିକ ମାନଙ୍କର ତିନିଦିନ ବ୍ୟାପି ଅକ୍ଲାନ୍ତ ପରିଶ୍ରମକୁ ସାଧୁବାଦ ଜଣାଇବା ସହ ଜାଗରଣ ଯାତ୍ରା ଓ ଜ୍ୟୋତି ରଥକୁ ଜିଲ୍ଲାର କୁଳିଅଣା,କଳାବାଡିଆ, ଝାରପୋଖରୀଆ, ସାରସକଣା, ବାଙ୍ଗିରିପୋଷି, ବିଶୋଇ, ବିଜାତଳା, ରାଇରଙ୍ଗପୁର, ବହଳଦା, ଦୁନ୍ଦୁ, ଜାମଦା, ଗଢ, ଭାଲୁବସା, ଜଶିପୁର, ଖିଚିଂ, କରଞ୍ଜିଆ, କଳାକାଦ, ଠାକୁରମୁଣ୍ଡା, ଚମ୍ପାଝର, ଶରତ, କପ୍ତିପଦା, ଉଦଳା, ଖୁଣ୍ଟା, ହରିପୁର ଗଡ଼, ବଡ଼ସାହି, ମାଣତ୍ରୀ, ପାଟୁଳିପୁରା, ବୈଶିଙ୍ଗା, ବେତନଟି, ଚିତ୍ରଡା, ମୋରଡା, ବାଘଡା, କୋଷ୍ଠା, ଶୁଳିଆପଦା, ଦେଉଳି ଆଦି ସ୍ଥାନରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବାରୁ ସମସ୍ତ ଅନୁଷ୍ଠାନ ଏବଂ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଥିଲେ | ଏହି ଜାଗରଣ ଯାତ୍ରାରେ କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି ଏବଂ ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମାରେସ ନାୟକଙ୍କ ତତ୍ୱାବଧାନରେ 40 ରୁ ଉର୍ଦ୍ଧ ସଂସ୍କୃତି ସୈନିକ ସାମିଲ ହୋଇ ସମଗ୍ର ଜିଲ୍ଲାର 650 କିଲୋମିଟର ପରିକ୍ରମା କରି ସାଂସ୍କୃତିକ ଏବଂ ସାମାଜିକ ସଚେତନତା ସୃଷ୍ଟି କରିଥିଲେ |

Shrutilipi ad