- ମୋଟ ୨୪୮୪ଗୋଟି ମାମଲା ଫଇସଲା
ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଦୌରା ଜଜ ଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ଲୋକ ଅଦାଲତ ରେ ମୋଟ ୧୧୮୭୦ଗୋଟି ମାମଲା ମଧ୍ୟରୁ ୨୪୮୪ଟି ମାମଲା ର ଆପୋଷ ବିଚାର ହୋଇ ୨ କୋଟି ୩୪ଲକ୍ଷ ୪୦ ହଜାର ୮୩୫ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣା ପଡିଛି | ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ପ୍ରାକ ମକଦ୍ଦମା ସମ୍ୱନ୍ଧୀୟ ୮୭୦୬ ଗୋଟି ମାମଲା ମଧ୍ୟରୁ ୨୨୨ ଟି ଅଦାଲତରେ ଆପୋଷ ବିଚାର ହୋଇ ମୋଟ ୫୫ ଲକ୍ଷ ୭୧ ହଜାର ୫୧ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଛି | ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀ ଭୁକ୍ତ ୩୧୬୪ ଗୋଟି ମାମଲାମଧ୍ୟରୁ କ୍ରିମିନାଲ କମ୍ପାଉଣ୍ଡେବଲ କେଶ ୧୯ଟି ମଧ୍ୟରୁ ୦୩ଟି , ଏନ ଆଇ ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୧୫ ଟି ମାମଲା ମଧ୍ୟରୁ ୩୦ଟି , ବ୍ୟାଙ୍କ ଋଣ ଆଦାୟ ସମ୍ଭନ୍ଧୀୟ ୯୪ଟି ରୁ ୨୭ ଟି, ମୋଟର ଯାନ ଦୁର୍ଘଟଣା ମାମଲା ୨୫୦ ଟି ରୁ ୦୯ ଟି, ବୈବାହିକ ସମ୍ୱନ୍ଧୀୟ(ବିବାହ ବିଚ୍ଛେଦ କୁ ବାଦ ଦେଇ ) ୪୭ଟି ମଧ୍ୟରୁ ୨୦ଟି,ରାଜସ୍ବ ମାମଲା ୧୭୬୫ ଟିରୁ ୧୪୮୮ଟି , ଅନ୍ୟାନ୍ୟ ଦେୱାନୀ ମାମଲା ୯୮ଟି ରୁ ୫୬ଟି ଓ ଅନ୍ୟାନ୍ୟ ଅପରାଧିକ ଫୌଜଦାରୀ ୬୨୯ଟି ମାମଲା କୁ ମିଶାଇ ମୋଟ ୨୨୬୨ଟି ମାମଲା ଫଇସଲା କରାଯାଇ ମୋଟ ୧କୋଟି ୭୮ ଲକ୍ଷ ୬୯ ହଜାର ୭୮୪ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି |
ଏହି ଦୁଇ ବର୍ଗର ମୋଟ ୧୧୮୭୦ମାମଲା ମଧ୍ୟରୁ ୨୪୮୪ ଗୋଟି ମାମଲା ଫଇସଲା କରାଯାଇ ମୋଟ ୨,୩୪,୪୦,୮୩୫ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ସୂଚିତ ହୋଇଛି | ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଙ୍କ ତତ୍ତ୍ଵlବଧାନ ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ଫାମିଲି କୋୖର୍ଟ ଜଜ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି,ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ସତ୍ୟନାରାୟଣ ପାତ୍ର, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ସୁମନ କୁମାର ମିଶ୍ର,ସିନିୟର ସିଭିଲ ଜଜ, (ଏଲ ଆର ଟି ଭି |)ଶ୍ରୀ ସୁଦାମ ଚରଣ ଦାସ, ସିନିୟର ସିଭିଲ ଜଜ ଶ୍ରୀ ନିଶାକର ସାହୁ,ଅତିରିକ୍ତ ସିନିଅର ସିଭିଲ ଜଜ ଶ୍ରୀ ସୂର୍ଯ୍ୟ ଦାସ,ଦ୍ଵିତୀୟ ଅତିରିକ୍ତ ସିଭିଲ ଜଜ ଶ୍ରୀ କୈଳାଶ ସାହୁ, ରେଜିଷ୍ଟ୍ରାର ଶ୍ରୀ ନିହାର ରଞ୍ଜନ ସାହୁ, ଏସଡିଜେଏମ ଶ୍ରୀମତୀ ଜୁଏଲ ପଟ୍ଟନାୟକ, ଜେ ଏମ ଏଫ ସି -1ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଜେଏମ ଏଫସି ଶ୍ରୀପର୍ଣ୍ଣା ପାତ୍ର, ଦୀପଳୀ ଦାସ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ମାମଲା ସମାଧାନ ନିମନ୍ତେ ଗଠନ ହୋଇଥିବା ବିଭିନ୍ନ ବେଞ୍ଚରେ ନିଯୁକ୍ତ ଥିବା ସଦସ୍ୟ ତଥା ସରକାରୀ ଓକିଲ ହିମାଂଶୁ କୁମାର ପାଣିଗ୍ରାହୀ, ଆଇନଜୀବୀ ତାପସ କୁମାର ଦତ୍ତ, ପ୍ରଦୀପ କୁମାର ଜେନା, ଶ୍ରୀମଥୀ ମାଝୀ, ପ୍ରଣତି ମୁର୍ମୁ ଓ ଜୟଶ୍ରୀ ଦାସ ତଥା ବାରିପଦା ଓକିଲ ସଙ୍ଘର ଅନ୍ୟ ଆଇନଜୀବୀ ଓ ବିଭିନ୍ନ ରାଷ୍ଟ୍ରାୟତ/ଘରୋଇ ବ୍ୟାଙ୍କ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

