ଜମି କ୍ରୟବିକ୍ରୟକୁ ନେଇ ଦ୍ୱନ୍ଦ, ଜମି ମାଲିକଙ୍କୁ ଧମକଚମକ ଅଭିଯୋଗ

ରାଜ୍ୟ

ଆଗରପଡ଼ା :ଜନୈକ ପକ୍ଷାଘାତ ରୋଗୀ ନିଜ ଜମିକୁ ପ୍ରଥମେ ବିକ୍ରି କରିବା ଓ ପରବର୍ତ୍ତୀ ସମୟରେ ପୁଣି ଉକ୍ତ ଜମିକୁ ନିଜ ମାଲିକାନାକୁ ଆଣିବା ପରେ ଅପର ପକ୍ଷ ବ୍ୟକ୍ତି ତାଙ୍କୁ ଧମକଚମକ ଦେବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଏହିପରି ଘଟଣା ଘଟିଛି ବନ୍ତ ତହସିଲ ଅଧିନସ୍ଥ ରାଉତରାପୁର ଗ୍ରାମର ଉମାକାନ୍ତ ମହାପାତ୍ର(୬୫)ଙ୍କକ୍ଷେତ୍ରରେ । ଅଭିଯୋଗ ଅନୁଯାୟୀ ଗତ ବର୍ଷ ୨୦୧୦ରେ ବନ୍ତ ତହସିଲ ଅଧିନସ୍ଥ ବିଟିପୁର ପଂଚାୟତ ତଥା ଆଗରପଡ଼ା ଥାନା ଅନ୍ତର୍ଗତ ରାଉତାପୁର ଗ୍ରାମର ଉମାକାନ୍ତ ମହାପାତ୍ର(୬୫) ଗଣିଜାଙ୍ଗ ପଂଚାୟତ ଅନ୍ତର୍ଗତ ଗଣିଜାଙ୍ଗ ଗ୍ରାମର ରମେଶ ମିଶ୍ରଙ୍କ ପୁଅ ପ୍ରଶାନ୍ତ(୫୦)ଙ୍କ ସିମେଣ୍ଟ ଦୋକାନ ପାଇଁ ଜମିର ଆବଶ୍ୟକତା ଥିବାରୁ ତାଙ୍କୁ ଖାତା ନଂ ୮୧,ପ୍ଲଟ ନଂ.୧୦୯୧ ଚକ ନଂ ୬୪,ଏରିଆ ଅ୦.୩୧ଡ଼ି. ମଧ୍ୟରୁ ୨ଡ଼ିସିମିଲ ଜାଗା ଦେବାକୁ ରାଜି ହୋଇଥିଲେ । କିନ୍ତୁ ଏହା ଚକଭୁକ୍ତ ଜମି ହୋଇଥିବାରୁ ଉକ୍ତ ୨ଡ଼ିସିମିଲ ଜାଗା ଦେବା ସମ୍ଭବ ନ ହେବାରୁ କିଛି ଅର୍ଥ ପ୍ରଦାନ କରି ପରବର୍ତ୍ତି ସମୟରେ ଶ୍ରୀ ମିଶ୍ର ଏହାକୁ ନିଜ ନାମରେ କରାଇ ନେଇଥିଲେ ।

କିନ୍ତୁ ଆବଶ୍ୟକ ସ୍ଥଳେ ଶ୍ରୀ ମହାପାତ୍ର ଶ୍ରୀ ମିଶ୍ରଙ୍କୁ ତାଙ୍କ ଅର୍ଥ ଫେରସ୍ତ କଲେ ସେ ତାଙ୍କ ଜାଗା ତାଙ୍କୁ ଫେରାଇ ଦେବେ ବୋଲି ଚୁକ୍ତିନାମାରେ ଉଲ୍ଲେଖ କରିଥିଲେ । ପରବର୍ତ୍ତୀ ସମୟରେ ବର୍ଷ ୨୦୨୪ରେ ଶ୍ରୀ ମହାପାତ୍ର ଶ୍ରୀ ମିଶ୍ରଙ୍କୁ ତାଙ୍କ ଅର୍ଥ ଫେରସ୍ତ କରି ସରକାରୀ ନିୟମାନୁସାରେ ତାଙ୍କ ଜାଗାକୁ ଶ୍ରୀ ମିଶ୍ରଙ୍କ ଠାରୁ ଅକ୍ତିଆର(ନୂତନ ଖାତା,ଖତିଆନ ଓ ପାଉତି)କରିଥିଲେ । କିନ୍ତୁ ବର୍ତ୍ତମାନ ଶ୍ରୀ ମିଶ୍ର ଉକ୍ତ ଜାଗାକୁ ପୁନଃ ଅକ୍ତିଆର କରିବା ପାଇଁ ବିଭିନ୍ନ ଆଳ ଦେଖାଇବା ସହ ଉମାକାନ୍ତଙ୍କୁ ଧମକଚମକ ଦେଉଥିବା ନେଇ ଉମାକାନ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ସେ ଜଣେ ପକ୍ଷାଘାତ ରୋଗୀ ହୋଇଥିବାରୁ ଧମକ ଚମକକୁ ନେଇ ନିଜ ଭାରସାମ୍ୟ ହରାଇବା ସହ ଯଦି ତାଙ୍କର କିଛି କ୍ଷତି ଘଟେ ତେବେ ସେଥିପାଇଁ ପ୍ରଶାନ୍ତ ଦାୟୀ ରହିବେ ବୋଲି ସେ ପତ୍ରରେ ଉଲ୍ଲେଖ କରିଥିବା ଜଣାପଡ଼ିଛି ।

Shrutilipi ad