ଆଗରପଡ଼ା :ବନ୍ତବ୍ଲକ ରାମକୃଷ୍ଣପୁର ପଂଚାୟତ ନାହୋ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଧରିତ୍ରୀ ନାୟକଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରାକ୍ତନ ପ୍ରଧାନଶିକ୍ଷକ ରୋହିତ ଜେନା, ମୁଖ୍ୟ ବକ୍ତା ପ୍ରାକ୍ତନ ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ନିଗମାନନ୍ଦ ମିଶ୍ର, ସମ୍ମାନିତ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ ପଣ୍ଡା, ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ ମଲିକ, ପ୍ରାକ୍ତନ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର ରାଉତ, ବାଲୁକେଶ୍ୱର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନିରୁଦ୍ଧ ମଙ୍ଗଳ, ଶିକ୍ଷାବିତ ନିରଞ୍ଜନ ବିଶ୍ୱାଳ, ଅଭିମନ୍ୟୁ ପ୍ରଧାନ, ସୁଦର୍ଶନ ବିଶ୍ୱାଳ, ଶେଷଦେବ ନାୟକ, ପ୍ରଦୀପ ବିଶ୍ୱାଳ, ଶିକ୍ଷକ ନେତା ପର୍ଶୁରାମ ନାୟକ, ନରେନ୍ଦ୍ର ସାମଲ,କୁଣ୍ଡୁଳା ବିଦ୍ୟାଳୟ ପ୍ରଧାନଶିକ୍ଷକ ଶରତ ନାୟକ, ଚାରିତିରା କାଜି ପୋଖରୀ ପ୍ରଧାନଶିକ୍ଷୟତ୍ରୀ ତପସ୍ୱିନୀ ପହି, ପରିଚାଳନା କମିଟି ସଭାପତି ସୁଧାକର ଦାସ, ସରପଂଚ ହିରେନ୍ଦ୍ର ଖିଲାର ,ସମିତିସଭ୍ୟା ଜେମାମଣୀ ସେଠି, ନାଏବ ସରପଂଚ ପଦ୍ମାଲୟା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ପ୍ରାକ୍ତନ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ କରୁଣାକର ନାୟକ ଅତିଥି ପରିଚୟ ପ୍ରଦାନ, ବିଦ୍ୟାଳୟ ଶିକ୍ଷକ ପ୍ରକାଶ ଚନ୍ଦ୍ର ଜେନା ବାର୍ଷିକ ବିବରଣୀ ପଠନ,ଶିକ୍ଷୟତ୍ରୀ ସୁକାନ୍ତି ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ବାର୍ଷିକ କ୍ରୀଡ଼ାରେ ସମସ୍ତ ଛାତ୍ରଛାତ୍ରୀ ଭାଗନେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସାଗରୀକା ନାୟକ, ରଜନୀକାନ୍ତ ମହାନ୍ତି, ଦେବବ୍ରତ ପାଢ଼ୀ, ମନୋରଞ୍ଜନ ବାରିକ, ଦେବେନ୍ଦ୍ର ଦେହୁରୀ, ଗଦାଧର ମହାପାତ୍ର ସମେତ ସମସ୍ତ ଅଭିଭାବକ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

