“ଓଡିଶାରେ ଆଇନ ଶିକ୍ଷା” ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାଜ୍ୟ

ବାରିପଦା : ସ୍ଥାନୀୟ ମହାରାଜପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜେମଣ୍ଟ ମହାବିଦ୍ୟାଳୟରେ ନୂତନ ଭାବେ ଖୋଲିଥିବା 5 ବର୍ଷୀୟା ସମ୍ୱନ୍ୱିତ ବି ଏ ଏଲ ଏଲ ବି ବିଭାଗ ଦ୍ୱାରା “ଓଡିଶା ରେ ଆଇନ ଶିକ୍ଷ୍ୟା:-ଏହାର ଆହ୍ୱାନ ଓ ସମ୍ଭାବନା ” ଶୀର୍ଷକ ଆଲୋଚନା ଚକ୍ର ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମର ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି I ଏଥିରେ ଓଡିଶା ଳୟର୍ସ ଆସୋସିଏସନର କୋ ଚେୟାରମ୍ୟାନ ଜୀବନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆଇନ ଶିକ୍ଷ୍ୟାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ I ମୁଖ୍ୟ ବକ୍ତାଭାବେ ବାରିପଦା ଓକିଲ ସଂଘର ବରିଷ୍ଠ ଆଡ଼ଭୋକେଟ ନରୋତ୍ତମ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଅନ୍ୟତମ ବରିଷ୍ଠ ଆଡ଼ଭୋକେଟ ଲିଙ୍ଗରାଜ ମିଶ୍ର ଯୋଗ ଦେଇ ଆଇନ ଶିକ୍ଷ୍ୟାର ସମସ୍ୟା ଓ ଭବିଷ୍ୟତ ଉପରେ ନିଜର ମନ୍ତବ୍ୟ ରଖିଥିଲେ I ଆଇନ ବିଭାଗର ସଂଯୋଜଜ ଡ଼ଃ ଜିତେନ୍ଦ୍ର କୁମର ଦାସ ଅତିଥି ପରିଚୟ ପ୍ରଦାନ କରିଥବା ବେଳେ ଏହି ମହାବିଦ୍ୟାଳୟର ଉପାଧକ୍ଷ୍ୟା ସଂଘମିତ୍ରା ରାଉତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଅଭିପ୍ସା ନାୟକ,ରୀନାରାଣୀ ମହାନ୍ତ, ମୀରା ସେନାପତି, ସଂଯୁକ୍ତା ମହାନ୍ତ, ପୂଜା ଶତପଥି, ପ୍ରତିଭା ଦାସ ଭାଗନେଇ ନିଜର ମତାମତ ଉପସ୍ଥାପନ କରିଥିଲ I ମୁଖ୍ୟ ଅତିଥି ଶ୍ରୀ ସାହୁ ନୂତନ ଭାବେ ଅଲ ଓଡିଶା ଲୟାର୍ସ ଆସୋସିଏସନର କୋ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା I ସେହିଭଳି ଆଇନ ସଚେତନତା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଆଇନଜୀବୀ ଶ୍ରୀ ନରୋତ୍ତମ ପାଣିଗ୍ରାହୀ ଓ ଶ୍ରୀ ଲଙ୍ଗରାଜ ମିଶ୍ରଙ୍କୁ ମଧ୍ୟ ମହାବିଦ୍ୟାଳୟ ତରଫରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା I ଆଇନ ବିଭାଗର ଅନ୍ୟତମ ଅଧ୍ୟାପକ ଜ୍ଞାନରଞ୍ଜନ ପଣ୍ଡା ସେମିନାର ବିଷୟବସ୍ତୁର ଯଥାର୍ତତା ଉପରେ ଆଲୋକପାତ କରିଥିଲେ I

Shrutilipi ad