ଆଗରପଡ଼ା :ଦିବ୍ୟ ଜନନୀ ଶ୍ରୀମାଙ୍କ ଚନ୍ମ ଦିବସ ଆଗରପଡ଼ା ସ୍ଥିତ ଶ୍ରୀଅରବିନ୍ଦ ସାଧନ ଫୀଠ ଟ୍ରଷ୍ଟ ପରିସରରେ ପାଳିତ ହୋଇଯାଇଛି । ଶ୍ରୀମା ଙ୍କ ଧରାବତରଣ ସମଗ୍ର ମାନବ ଜୀବନର ଏବଂ ପ୍ରକୃତିର ଏକ ଆମୂଳଚୁଳ ରୂପାନ୍ତରର ବାର୍ତ୍ତା ବହନ କରୁଛି । ମହାଶକ୍ତିଙ୍କ ମାନବ ଶରୀରରେ ପୃଥିବୀ ପୃଷ୍ଠରେ ପଦାପର୍ଣ ସମ୍ବନ୍ଧରେ ଏକ ବକ୍ତବ୍ୟ ଉପରେ ମାତୃପ୍ରେମୀ ମାନେ ଆଲୋଚନା କରିଥିଲେ । ସର୍ବ ପ୍ରଥମେ କରୁଣାମୟୀ ଦିବ୍ୟ ଜନନୀ ଶ୍ରୀମା ପରମପ୍ରଭୂ ଶ୍ରୀଅରବିନ୍ଦଙ୍କ ଚରଣ କମଳରେ ଧୂପପୁଷ୍ପ ଅର୍ପଣ କରାଯାଇଥିଲା । ରାଧାର ପ୍ରାର୍ଥନା, ମନ୍ତ୍ର ଉଚ୍ଚାରଣ, ଦୁର୍ଗା ସ୍ତୋତ୍ର ଓ ମା’ ପୁସ୍ତକର ପଠନ ପରେ ସ୍ୱତନ୍ତ୍ର ପାଠଚକ୍ର ଆୟୋଜିତ ହୋଇଥିଲା । ଏହି ଦିବ୍ୟ କର୍ମରେ ଉମାକାନ୍ତ ଘଡ଼େଇ, ରଶ୍ମୀ କଟୁଆଳ, ସୁବାସ ସାହୁ, ଅନ୍ନପୂର୍ଣ୍ଣ ପଣ୍ଡା, ଅନନ୍ୟା ପଣ୍ଡା ଓ ଅନ୍ୟ ମାତୃପ୍ରେମୀମାନେ ଉପସ୍ଥିତ ଥିଲେ । ପାଠଚକ୍ରକୁ ମେନେଜିଂ ଟ୍ରଷ୍ଟି ଅରୁଣ ପଣ୍ଡା ସୁପରିଚାଳନା କରିଥିଲେ ।

