ଅଙ୍ଗନବାଡ଼ି ଗୃହ ନିର୍ମାଣରେ ଅନିୟମିତତା

ରାଜ୍ୟ
  • ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୂନ
  • ଖାତା ଓ ପ୍ଲଟ ନମ୍ବରରେ ଚଂଚକତା

ଆଗରପଡ଼ା:ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ୨୦୧୬-୧୭ ଆର୍ôଥକ ବର୍ଷରେ ଅନୁମୋଦିତ ହୋଇଥିବା ଅଙ୍ଗନବାଡ଼ିର ନିର୍ମାଣ କାର୍ଯ୍ୟ ଚାଲିଛି । ଏମଜିଏନଆରଜିଏସ ଯୋଜନାରେ ୮ଲକ୍ଷ, ଡ଼ବ୍ଳ୍ୟଏଣ୍ଡସିଡ଼ିରେ ୨ଲକ୍ଷ ଓ ଏସଏଫସିସିଜିପିରେ ୨ଲକ୍ଷ ଏହିପରି ଭାବରେ ଉକ୍ତ ୩ଗୋଟି ଯୋଜନାରେ ୧୨ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଗୃହ ନିର୍ମାଣ ଚାଲିଛି । କିନ୍ତୁ ଯେଉଁ ଜାଗାରେ ଉକ୍ତ ନିର୍ମାଣ କାର୍ଯ୍ୟ ଚାଲିଛି ବନ୍ତ ତହସିଲ ପକ୍ଷରୁ ସେହି ଜାଗାକୁ ଅନୁମତି ଦିଆଯାଇନଥିବା ଅଭିଯୋଗରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତ ଡ଼ିସେମ୍ବର ମାସ ୧୧ ତାରିଖରେ ଶ୍ରୀରାମପୁର ଗ୍ରାମର ବାସିନ୍ଦା ଅଙ୍ଗନବାଡ଼ି ଗୃହ ନିର୍ମାଣରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଚଂଚକତା କରୁଥିବା ନେଇ ବିଡ଼ିଓଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ବହୁ ବର୍ଷ ଧରି ଶ୍ରୀରାମପୁର ଗ୍ରାମରେ କୌଣସି ଅଙ୍ଗନବାଡ଼ି ଗୃହ ନଥିଲା କିନ୍ତୁ ବିଭାଗୀୟ ଅଧିକାରୀ,ରାଜସ୍ୱ ନିରୀକ୍ଷକ ଓ କନିଷ୍ଠଯନ୍ତ୍ରୀଙ୍କ ମିଳିତ ଉଦ୍ୟମରେ ୨୦୧୬-୧୭ ଆର୍ଥିକ ବର୍ଷରେ ଶ୍ରୀରାମପୁର ସ୍କୁଲ ପାଖକୁ ଲାଗିଥିବା ସରକାରୀ ଖାତା ନଂ ୧୭୧,ପ୍ଲଟ ନଂ ୨୩୧(ବସ୍ତି ଯୋଗ୍ୟ)ଜମିରେ ଗୃହ ନିର୍ମାଣ ନିମନ୍ତେ ଚୟନ କରାଯାଇଥିଲା । ରାଜସ୍ୱ ନିରୀକ୍ଷକଙ୍କ ଟ୍ରେସ ପେପରକୁ ଆଧାରକରି ଗ୍ରାମବାସୀଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀ ଗୃହ ନିର୍ମାଣ ନିମନ୍ତେ ଚୟନ କରାଯାଇଥିବା ଜାଗାକୁ ଧାର୍ଯ୍ୟ କରିଥିଲେ । କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବିଶେଷ ଉକ୍ତ ପ୍ରକଳ୍ପକୁ ଗୋଚର କିସମ ଖାତା ନଂ ୧୭୧ ଓ ପ୍ଲଟ ନଂ ୮ରେ କରିବାକୁ ମସୁଧା କରିବା ଜାଣିବା ପରେ ଉକ୍ତ ଜାଗା ଗୋଚର ହୋଇଥିବା ବେଳେ ନଦୀ କୂଳରେ ଥିବାରୁ ଗାଈଗୋରୁ ଓ ଛେଳି ଆଦି ଚରିବା ନିମନ୍ତେ ପ୍ରଶସ୍ତ ଥିବା ବେଳେ ଓ ପିଲାଙ୍କ ପାଇଁ ବିପଦ ସୃଷ୍ଟି କରିବା ସମ୍ଭାବନା ଥିବାରୁ ଏହାକୁ ବିଭାଗ ଦ୍ୱାରା ଅନୁମୋଦିତ ହୋଇଥିବା ସ୍ଥାନରେ କରାଇବାକୁ ଗ୍ରାମବାସୀ ଅନୁରୋଧ କରିଥିଲେ ।

କିନ୍ତୁ ଅଭିଯୋଗକୁ ୨ମାସ ବିତିଯିବା ପରେ ମଧ୍ୟ ବିଡ଼ିଓ ଅଭିଯୋଗ ପରେବି କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ବର୍ତ୍ତମାନ ଉକ୍ତ ପ୍ରକଳ୍ପ ନିର୍ଦ୍ଦାରିତ ଜାଗା ରେ ନିର୍ମାଣ ହେବା ପରିବର୍ତ୍ତେ ଅନ୍ୟ ଜାଗା(ଗୋଚର କିସମ ଖାତା ନଂ୧୭୧ ଓ ପ୍ଲଟ ନଂ ୮)ରେ ନିର୍ମିତ ହେଉଛି । ୨୦୧୬-୧୭ ଆର୍ôଥକ ବର୍ଷର ଯୋଜନା ସେତେବେଳର ରାଜସ୍ୱ ନିରୀକ୍ଷକ ଓ ସୁପରଭାଇଜର ଦେଇଥିବା ଫିଜିବିଲିଟି ରିପୋର୍ଟ ଉପରେ ପ୍ରକଳ୍ପ ନିର୍ମାଣ ନକରି କେଉଁ କାରଣରୁ ଏବଂ କାହା ଅନୁମତିରେ ଏହା ଅନ୍ୟତ୍ର କରାଗଲା ତାହା ତଦନ୍ତ ପରିସରଭୂକ୍ତ । ଉକ୍ତ ଯୋଜନା ବାବଦରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ରାଜସ୍ୱ ନିରୀକ୍ଷକ ଊକ୍ତ ଜାଗାକୁ ଉପଯୁକ୍ତ ଦର୍ଶାଇବା ସହ ପ୍ରକଳ୍ପ ନିର୍ମାଣ ନିମନ୍ତେ ଅନୁମତି ଦେଇଥିବା ପ୍ରକାଶ କରିଥିଲେ । ରାଜସ୍ୱ ନିରୀକ୍ଷକ ପୂର୍ବ ରିପୋର୍ଟକୁ କାହିକିଁ ଓ କାହା ଅନୁମତିରେ ନାକଜ କରି ନୂତନ ଜାଗାକୁ ଅନୁମତି ଦେଲେ ତାହା ପୁଣି କେଉଁ ନିୟମ ଆଧାରରେ ତାହା ତାଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ତାଙ୍କୁ ତଦନ୍ତ ପରିସରଭୂକ୍ତ କରାଗଲେ ସେ ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିବେ ବୋଲି ଚର୍ଚ୍ଚା ଜୋରଧରିଛି । ବନ୍ତ ବ୍ଲକରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତା ହେଉଥିବାରୁ ଅଂଚଳର ବିକାଶରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି । ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟକୁ ତହସିଲଦାର ଓ ପଂଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ବିଡ଼ିଓ ଠିକ୍ ଭାବେ ତଦାରଖ କରୁନଥିବାରୁ ଏହିପରି ସମସ୍ୟା ଉପୁଜୁଥିବା ସ୍ପଷ୍ଟ ବାରିହୋଇପଡ଼ୁଛି । କିଛିଦିନ ତଳେ ବିଟିପୁର ପଂଚାୟତରେ କଲ୍ୟାଣମଣ୍ଡପ ନିର୍ମାଣରେ ଜାଗା ନିର୍ଦ୍ଦାରଣକୁ ନେଇ ଏହିପରି ସମସ୍ୟା ଉପୁଡ଼ିଥିଲା । ଯାହାର ବର୍ତ୍ତମାନ ତଦନ୍ତ ଚାଲିଛି । ତେଣୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏହିପରି ଅନିୟମିତତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରଡଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad