ବିଦ୍ୟାଳୟ ବାର୍ଷିକ ଉତ୍ସବ

ରାଜ୍ୟ

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଅଣିଜୋ ପଂଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ନରିପୁରର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିକ୍ରମ କେଶରୀ ପାଳଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଏବିଓ ପ୍ରମୋଦ ପଣ୍ଡା,ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ କାହ୍ନୁଚରଣ ତ୍ରିପାଠୀ,ସମ୍ମାନୀତ ଅତିଥି ଏବିଓ ଭାଗିରଥି ପାତ୍ର,ସରପଂଚ ମାଳତୀଲତା ପୃଷ୍ଟି,ସମିତି ସଭ୍ୟା ଅତସ୍ମିତା ରାଉତ,ପୂର୍ବତନ ସିଆରସିସି ମନୋଜ ରାଉଳ,ଜଗତ୍ ଜୀବନ ଜେନା,ଏନପିଏସ ସଂଘ ସଭାପତି ସୁକାନ୍ତ ବେହେରା,ସିଆରସିସି ଅକ୍ଷୟ ସାହୁ,ଗୋପିନାଥଜୀଉ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ମଂଜୁଲତା ପାତ୍ର ,ମୋ ସ୍କୁଲ ଅଭିଯାନ ସଭାପତି ରାମଚନ୍ଦ୍ର ପାଣିଗ୍ରାହୀ ଓ ସହକାରୀ ଶିକ୍ଷକ ହିମାଂଶୁ ଶେଖର ଦାସ ପ୍ରମୁଖ ଯୋଗଦେଇଥିବା ବେଳେ ପଂଚାନନ ପୃଷ୍ଟି ମଂଚ ସଂଚାଳନ କରିଥିଲେ । ପରିଚାଳନା କମିଟି ସଭାପତି ଜ୍ଞାନ ରଂଜନ ଦାସ, ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରଫୁଲ୍ଲ ଜେନା,ପ୍ରଫୁଲ୍ଲ ସାହୁ,ଭାରତୀ ମୁଦୁଲି ,ରମାକାନ୍ତ ଜେନା ଏବଂ ସୁମିତ୍ର ପାଢୀ ପ୍ରମୁଖ ପିଲାଙ୍କ ଉଦ୍ଦେଶ୍ୟରେ ନିଜନିଜ ମତ ରଖିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ଓ ଆଦର୍ଶ ସଂଗଠନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

Shrutilipi ad