ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବେଳେ କଳା ପତକା ବିରୋଧ ପ୍ରଦର୍ଶନ

ରାଜ୍ୟ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧ । ପୁରୀ ଗସ୍ତ ସମୟରେ ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ କଳା ପତକା ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଛି । ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ୍ ପ୍ରଧାନଙ୍କୁ ଆରଏସଏସ ମୁଖ୍ୟ ମୋହନ୍ ଭାଗବତଙ୍କୁ ବିରୋଧ କରିବା ସମୟରେ ମିଥ୍ୟା ଅଭିଯୋଗ ଲଗାଇ ଯେଉଁପରି ଭାବେ ଜେଲ ମୁହାଁ କରାଇ ପ୍ରତିଶୋଧ ପରାୟଣ ରାଜନୀତି ବିଜେପି ସରକାର କରୁଛି, ତାହା ବିରୋଧରେ ଏହି ପ୍ରଦର୍ଶନ ରହିଥିଲା ।

ଏହି ଘଟଣାରେ ଛାତ୍ର କଂଗ୍ରେସ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ପୁରୀ ସଦର ନିର୍ବାଚନ ମଣ୍ଡଳୀ ସୂର୍ଯ୍ୟକାନ୍ତ ପଣ୍ଡା, ପିସିସି ସୋସିଆଲ ମିଡ଼ିଆ ଯୁଗ୍ମ ସମ୍ପାଦକ ମନୋଜ ବେହେରାଙ୍କ ସମେତ ରୁଦ୍ର ଦାସ ମହାପାତ୍ର, ସୁଭାଶିଷ ପତ୍ରୀ, ଶୁଭ୍ରାଂଶୁ ସାହୂ, ନୃସିଂହ ସ୍ୱାଇଁ, ଦୀନେଶ ଗୋଛି, ଗୋପୀ ରାଉତ, ସଂଗ୍ରାମ ନାୟକ, ମୁକେଶ ଚୌଧୁରୀଙ୍କୁ ଆଦି ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି ।

Shrutilipi ad