ବାରିପଦା : ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଭା ମୟୁରଭଞ୍ଜ ଶାଖାର କାଯ୍ୟକରିଣୀ ବୈଠକ ମହାସଭାର ଯୁଗ୍ମ ସମ୍ପାଦକ ନରୋତ୍ତମ ପାଣିଗ୍ରାହୀ ଙ୍କ ବାସଗୃହରେ ମହାସଭାର ସ୍ଥାୟୀ ସଭାପତି ଡାକ୍ତର ମହାଦେବ ଦାଶ ଙ୍କ ଅଧ୍ୟକତା ରେ ଅନୁଷ୍ଠିତ ହୋଇଯାଇଛି, ପ୍ରାରମ୍ଭରେ ସଭାପତି ସ୍ୱାଗତ ଭାଷଣ ଦେଇ ମହାସଭା ର ସମସ୍ତ ସଭ୍ୟ ମାନଙ୍କୁ ଇଂରାଜୀ ନୂତନ ବର୍ଷର ଅଭିନନ୍ଦନ ଜଣାଇ ସଂଗଠନ କୁ ମଜଭୁତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ, ସାଧାରଣ ସମ୍ପାଦକ ପଣ୍ଡିତ ଭାଗବତ ପଣ୍ଡା ମହାସଭାର ଅତୀତର କାର୍ଯ୍ୟକ୍ରମ ର ବିବରଣୀ ଦେବାସହିତ ଆଗାମୀ ବାର୍ଷିକ ଉତ୍ସବ ଫେବୃଆରୀ ମାସରେ କରିବାକୁ ପ୍ରସ୍ତାବ ଦେଇଥିଲେ, ତାହା ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା, ମହାସଭା ର ମୁଖପତ୍ର ବ୍ରହ୍ମହସନ୍ଦେଶ ପାଇଁ ଆଗାମୀ ପନ୍ଦର ତାରିଖ ସୁଦ୍ଧା ସମସ୍ତ ଲେଖା ସମ୍ପାଦକ ଙ୍କ ଠିକଣାରେ ପଠାଇବା ପାଇଁ ସମ୍ପାଦକ ନିବେଦନ କରିଥିଲେ, ଉକ୍ତ ବୈଠକ ରେ ସଭ୍ୟ ନୃସିଂହ ଚରଣ ପଣ୍ଡା, ଅଶ୍ୱିନୀ କୁମାର ପଣ୍ଡା, ଦଳଗୋବିନ୍ଦ ଦାଶ, ହୃଦାନନ୍ଦ ଆଚାର୍ଯ୍ୟ,ନରୋତ୍ତମ ପାଣିଗ୍ରାହୀ ପ୍ରମୁଖ ନିଜସ୍ୱ ମତ ପ୍ରଦାନ କରିଥିଲେ, ଏହି ବୈଠକ ରେ ପୂର୍ବରୁ କୋଷାଧକ୍ଷ ଥିବା ଅଚ୍ୟୁତ ପ୍ରସାଦ ମହାପାତ୍ର ନିଜର ଶାରୀରିକ ଅକ୍ଷମତା ଦର୍ଶାଇ ପଦରୁ ଅବ୍ୟାହତି ପାଇଁ କରିଥିବା ନିବେଦନ କୁ ଗ୍ରହଣ କରି ନୂତନଭାବେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଙ୍କୁ କୋଷାଧକ୍ଷ ପଦ ସର୍ବସମ୍ମତି କ୍ରମେ ପ୍ରଦାନ କରାଗଲା, ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶଶିଭୂଷଣ ମିଶ୍ର, ଆଶୁତୋଷ ଆଚାର୍ଯ୍ୟ, ଭଗବତୀ ଦାଶ, ପ୍ରହଲ୍ଲାଦ ନନ୍ଦ, ଡା. ଦୀପଙ୍କର ମିଶ୍ର, ଦେବବ୍ରତ ପ୍ରହରାଜ, ସିଦ୍ଧେସ୍ୱର ଶତପଥୀ, ରତ୍ନାକର ତ୍ରିପାଠୀ, ସଚିନ କର, ରବୀନ୍ଦ୍ର ନାରାୟଣ ରଥ,ସାନ୍ଧ୍ୟରାଣୀ ପଣ୍ଡା, ସୌମ୍ୟ ରଞ୍ଜନ ମହାପାତ୍ର, ଅଶ୍ୱିନୀ କୁମାର ତ୍ରିପାଠୀ, ସୁଦର୍ଶନ ଦିବେଦୀ, ସୌମ୍ୟ ଷଡ଼ଙ୍ଗୀ ପ୍ରଦୀପ୍ତ କିଶୋର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ.

