IMG 20260110 WA0139

ପ୍ରଥମ ବାର୍ଷିକ ସର୍ବଭାରତୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ବୈଠକ 

ରାଜ୍ୟ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ପ୍ରଥମ ବାର୍ଷିକ ସର୍ବଭାରତୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ମୟୁରଭଞ୍ଜ ମହୋତ୍ସବ କମିଟି ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୧୫ ରୁ ୨୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ I ମୟୁରଭଞ୍ଜର ୨ଟି ଦଳ ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୧୬ ଟି ଦଳକୁ ନେଇ ୨୦ – ୨୦ ଫର୍ମାଟରେ ଖେଳ ହେବ ବୋଲି ବୈଠକରେ ସ୍ଥିର କରାଗଲା I ଚମ୍ପିୟାନ ଦଳକୁ ୫ ଲକ୍ଷ ଓ ରନର୍ସ ଅପ ଦଳକୁ ୩ ଲକ୍ଷ ପୁରସ୍କାର ରାଶି ଓ ଅନ୍ୟାନ୍ୟ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବାର ସ୍ଥିର ହେଲା I ମୟୁରଭଞ୍ଜ ମହୋତ୍ସବ କମିଟିର ଅଧ୍ୟକ୍ଷ ଅସିତ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କମିଟର ସଭାପତି ତଥା ନଗରପାଳ କୃଷ୍ଣIନନ୍ଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ସଂଜୀବ ଦ୍ବିବେଦୀ, ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା, ଉପ ସଭାପତି ସଂଜୀବ ରାଉତ, ସାଙ୍ଗଠନିକ ସମ୍ପାଦକ ବିପ୍ଳବ ଭଂଜନ ବୁଗୁଡେଇ, ସମ୍ପାଦକ ତାପସ ପାଢୀ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ,  ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ଫୁଟବଲ ସମ୍ପାଦକ ଅମର କୁମାର ସେଠି, କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି, ଏଥଲେଟିକ ସମ୍ପାଦକ ଅମ୍ବିକା ରାଉତ, ବରିଷ୍ଠ ଖେଳାଳି ସୁନୀଲ ଜେନା, ସଞ୍ଜୟ ମାଈତି, ପୱନ ଅଗ୍ରୱାଲା, ଲଲାଟେନ୍ଦୁ ବେହେରା, ଦେବୀଦତ୍ତ ମହାନ୍ତି, ମନୋଜ ମହାନ୍ତ, ଲୋହିତ ଦାସ, ସୁଶାନ୍ତ ଦାସ, ସତ୍ୟ ସ୍ଵରୂପ ଦାଶ, କିଶୋର ପଲେଇ, ରାମେଶ୍ୱର ମାଝୀ, ଅମିତ ସିଂହ ମଦକ, ଅମନ ମହାନ୍ତି, ସୌମିକ ଦାସ କାନୁନଗୋ, ରବୀନ ମହାନ୍ତି, ଅମିତାଭ ସାହୁ, ରାକେଶ ବେହେରା, ଅରୁଣ ବରାଡ଼, ରାଜେଶ ସାହୁ, ସତ୍ୟନାରାୟଣ ମହାନ୍ତି, ଅବିନାଶ କଲିଆ ସବ୍ୟସାଚୀ ମହାପାତ୍ର, କିଶୋର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତ ରଖିଥିଲେ I
Shrutilipi ad