ବାରିପଦା : ଷ୍ଟେସନ ଆଥେଲେଟିକ ଆସୋସିଏସନ୍ , ଷ୍ଟେସନ ବଜାର, ବାରିପଦା ଆନୁକୁଲ୍ୟରେ ଆୟୋଜିତ ଏକାଦଶ ବାର୍ଷିକ ରୟାଲ୍ସ୍ ପ୍ରିମୀୟର ଲିଗର ୭ମ ଦିନରେ ମଧ୍ୟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ ଯୁବ ନେତା ତଥା ସମାଜସେବା ଦେବବ୍ରତ ସାମଲ ଓ ସମ୍ମାନିତ ଅତିଥି ଭାବେ ଭଞ୍ଜସେନା ସଂଯୋଜକ ରାକେଶ ବେହେରା ଯୋଗଦେଇ ଆଜିର ଖେଳକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଲିଗର ସଭାପତି ସଞ୍ଜୀବ ଦ୍ବିବେଦୀ, ଷ୍ଟେସନ ଏଥଲେଟିକ ଏସୋସିଏସନର ଉପ ସଭାପତି ଆଦିତ୍ୟ ଦଣ୍ଡପାଟ, କ୍ରିକେଟ ସମ୍ପାଦକ ରାମେଶ୍ବର ମାଝୀ ଓ ବରିଷ୍ଠ ସଦସ୍ୟ ପୱନ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ I ପ୍ରଥମ ମ୍ୟାଚରେ ମା ତାରିଣୀ ୱରିୟାର୍ସ ୫ ଉଇକେଟରେ ପରି ଚାଲେଞ୍ଜର ଦଳକୁ ପରାସ୍ତ କରିଥିଲା I ଅମିତ ମହାନ୍ତି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ୨ୟ ମ୍ୟାଚରେ ଆଞ୍ଜୋଲ ରଣା ୮ ଉଇକେଟରେ ଏମରଜିଙ୍ଗ ଟାଇଟନ ଦଳକୁ ପରାସ୍ତ କରିଥିଲା I ହେମନ୍ତ ବେହେରା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ୩ୟ ମ୍ୟାଚରେ ଥ୍ରୀଲର ଦଳ ୧୪ ରନରେ ମା ଅମ୍ବିକା ସୁପର ସ୍ମାସରସ ଦଳକୁ ପରାସ୍ତ କରିଥିଲା I ଦେବାଶିଷ ଆଚାର୍ଯ୍ୟ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ୪ର୍ଥ ମ୍ୟାଚରେ ଭି ରୋର ୭୨ ରନରେ ଜଗନ୍ନାଥ ୱରିୟାର୍ସ ଦଳକୁ ପରାସ୍ତ କରିଥିଲା I ଆଦିତ୍ୟ ବସା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଲକ୍ଷ୍ମୀଧର ସିଂ, ପ୍ରସନ୍ନଜିତ ମହାନ୍ତି, ଅବିନାଶ କଲିଆ ଓ ତାପସ ଦେ ଖେଳ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗରେ ବିଭୁ ଓ ମ୍ୟାଚ ରେଫେରୀ ଭାବେ ରାଜେଶ ସାହୁ ସହଯୋଗ କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ I ଆସନ୍ତା କାଲି ସେମିଫାଇନାଲ ଓ ରବିବାର ଦିନ ଫାଇନାଲ ମ୍ୟାଚ ଖେଳାଯିବ I

