Img 20260104 wa0174

ଏକାଦଶ ବାର୍ଷିକୀ ରୟାଲସ ପ୍ରିମିୟର ଲିଗର ୨ୟ ଦିନରେ ୪ଟି ମ୍ୟାଚ ଅନୁଷ୍ଠିତ

ରାଜ୍ୟ
ବାରିପଦା : ଷ୍ଟେସନ ଆଥେଲେଟିକ ଆସୋସିଏସନ୍ , ଷ୍ଟେସନ ବଜାର, ବାରିପଦା  ଆନୁକୁଲ୍ୟରେ ଆୟୋଜିତ ଏକାଦଶ ବାର୍ଷିକ ରୟାଲ୍ସ୍ ପ୍ରିମୀୟର ଲିଗର ୨ୟ ଦିନରେ ମଧ୍ୟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଆଜିର ଖେଳକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ସମ୍ମାନିତ ଅତିଥି ଭାବେ ଆଦିବାସୀ ମୋର୍ଚ୍ଚା ରାଜ୍ୟ ସଭାପତି କାନ୍ଦରା ସୋରେନ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ମହାନ୍ତି, କ୍ରୀଡ଼ାବିତ ତଥା ସମାଜସେବା ପରେଶ ମହାନ୍ତ ଓ ଏସ ଡି ପି ଓ ପ୍ରଭାତ ମଲ୍ଲିକ ତଥା ଲିଗର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାସ , ସଭାପତି ସଞ୍ଜୀବ ଦ୍ବିବେଦୀ, ଷ୍ଟେସନ ଏଥଲେଟିକ ଏସୋସିଏସନର ଉପ ସଭାପତି ଆଦିତ୍ୟ ଦଣ୍ଡପାଟ, କ୍ରିକେଟ ସମ୍ପାଦକ ରାମେଶ୍ବର ମାଝୀ ଏବଂ କ୍ଲବ ର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I ପ୍ରଥମ ମ୍ୟାଚରେ ଭି ରୋର ୬ ଉଇକେଟରେ ମା ତାରିଣୀ ୱରିୟାର୍ସ ଦଳକୁ ପରାସ୍ତ କରିଥିଲା I ସୌମ୍ୟରଞ୍ଜନ ଧଳ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ୨ୟ ମ୍ୟାଚରେ ପରି ଚ୍ୟାଲେଞ୍ଜର ୮ ଉଇକେଟରେ ମା’ ଅମ୍ବିକା ସୁପର ସ୍ମାସର ଦଳକୁ ପରାସ୍ତ କରିଥିଲା I ଶୁଭେନ୍ଦୁ ଦାସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ୩ୟ ମ୍ୟାଚରେ ଆଞ୍ଜେଲ ରଣା ଦଳ ୧୨ ରନରେ ଜଗନ୍ନାଥ ୱରିୟାର୍ସ ଦଳକୁ ପରାସ୍ତ କରିଥିଲା I ଋତୁରାଜ ଆଚାର୍ଯ୍ୟ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ୪ର୍ଥ ମ୍ୟାଚରେ ଥ୍ରୀଲର ଦଳ ୪ ରନରେ ଏମାରଜିଙ୍ଗ ଟାଇଟନ ଦଳକୁ ପରାସ୍ତ କରିଥିଲା I ଦିବ୍ୟଜ୍ୟୋତି ସାହୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଲକ୍ଷ୍ମୀଧର ସିଂ, ପ୍ରସନ୍ନଜିତ ମହାନ୍ତି, ଅବିନାଶ କଲିଆ ଖେଳ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗରେ ବିଭୁ ଓ ମ୍ୟାଚ ରେଫେରୀ ଭାବେ ରାଜେଶ ସାହୁ ସହଯୋଗ କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ I
Shrutilipi ad