Img 20260103 wa0196

ମୁଣ୍ଡାରୀ ଭାଷା ଲିପିକୁ ଅଷ୍ଟମ ଅନୁସୂଚିରେ ସାମିଲ ଓ ମାରାଙ୍ଗ ଗୋମକେ ଜୟ ପାଲ ସିଂ ମୁଣ୍ଡାଙ୍କୁ ମରଣତ୍ତୋର ଭାରତରତ୍ନ ପ୍ରଦାନ ଦାବୀ

ରାଜ୍ୟ
  • ମୁଣ୍ଡା ଯୁବ ସଂଗଠନ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବିପତ୍ର 
ବାରିପଦା: ଆଦିବାସୀ ଲୋକ ଙ୍କ ଅଧିକାର ପାଇଁ ପ୍ରଥମେ ପାଦ ଆଗକୁ ବଢେଇ ଥିବା ଭାରତବର୍ଷ ର ମହାନ ନେତା ମାରାଙ୍ଗ ଗୋମକେ ଜୟ ପାଲ ସିଂ ମୁଣ୍ଡାଙ୍କ ୧୨୩ତମ ଜନ୍ମ ଜୟନ୍ତୀ ମୁଣ୍ଡା ଯୁବ ସଙ୍ଗଠନ ଦ୍ୱାରା ସ୍ମୃତି ସଭା ବାରିପଦା ସ୍ଥିତ ରୋଟାରୀ କ୍ଲବ ରେ ପାଳିତ ହୋଇଯାଇଛି‌। ଏହି ଅବସରରେ ମୁଣ୍ଡା ଯୁବ ସଙ୍ଗଠନ ତରଫରୁ ବିଭିନ୍ନ ଦାବୀ କୁ ନେଇ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ଗୁଡିକ ହେଲା –
୧) ମାରା° ଗୋମକେ ଜୟପାଲ ସିଂ ମୁଣ୍ଡା ଙ୍କୁ ମରଣତ୍ତୋର ଭାରତରତ୍ନ ପ୍ରଦାନ କରାଯାଉ।
୨) ବାରିପଦା ଷ୍ଟାଡିୟମ୍ କୁ ଜୟପାଲ ସିଂ ମୁଣ୍ଡା ଙ୍କ ନାମରେ ନାମିତ କରାଯାଉ ।
୩) ବାରିପଦା ର ଷ୍ଟିଲ ଗୋଲେଇ ଠାରେ ଜୟପାଲ  ସିଂ ମୁଣ୍ଡାଙ୍କ ୨୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ।
୪) ମୁଣ୍ଡାରୀ ଭାଷା ଲିପିକୁ ଅଷ୍ଟମ ଅନୁସୂଚି ରେ ସାମିଲ କରାଯାଉ।
୫)  ମୟୂରଭଞ୍ଜ ଜିଲ୍ଲାରେ ଏକ ଆଦିବାସି ବିଶ୍ବ ବିଦ୍ୟାଳୟ ସ୍ଥାପନ କରାଯାଉ ଏବଂ ତାହା ମୁଣ୍ଡାରୀ ବାନୀର ସ୍ରଷ୍ଟା ଅଲଗୁରୁ ପଣ୍ତିତ ରୋହିଦାସ ସିଂ ନାଗ୍ ଙ୍କ ନାମରେ ନାମିତ କରାଯାଉ।
  ମୁଣ୍ଡା ଯୁବ ସଙ୍ଗଠନର ସଭାପତି ଫକୀର ମୋହାନ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସ୍ମୃତି ସଭାରେ   ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ମୁଣ୍ଡା ଯୁବ ସଂଗଠନର ଉପଦେଷ୍ଟା ରାକେଶ ସିଂ , ଭାରତ ମୁଣ୍ଡା ସମାଜର ଉପଦେଷ୍ଟା ମୋନଜ କୁମାର ମୁଣ୍ଡା, ସରକାରୀ ଶିକ୍ଷକ ରବୀନ୍ଦ୍ରନାଥ ସିଂ, ମୁଣ୍ଡା ଯୁବ ସଂଗଠନର ସମ୍ପାଦକ ଛାଟିଆ ସିଂ, ମୁଣ୍ଡା ଯୁବ ସଂଗଠନର କାର୍ଯ୍ୟକାରୀ ସଂପାଦକ ମୋନରଞ୍ଜନ ସିଂ, ମୁଣ୍ଡା ଯୁବ ସଂଗଠନର ଜିଲ୍ଲା ସଂପାଦକ ରାଜେଶ କୁମାର ସିଂ , ଏବଂ ବିଭିନ୍ନ ବିଦ୍ୟାଳୟ, ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ସାବିତ୍ରୀ ସିଂ,ତପସ୍ୱିନୀ ସିଂ, ସୁଭଦ୍ରା ସିଂ, ଦିବ୍ୟଶ୍ରୀ ସିଂ, ଦେକକି ସିଂ, ରଚିତା ସିଂ, ଲକ୍ଷ୍ମୀପ୍ରିୟା ସିଂ, ସାରଥୀ ସିଂ, ରବି ସିଂ, ବିନଦ ସିଂ, ନିରଞ୍ଜନ ସିଂ, ଅଜିତ କୁମାର ସିଂ, ଶିବ ଶଙ୍କର ସିଂ, ଲୁସି ସିଂ, ସ୍ଵାତୀ ସିଂ, ଶୁକ୍ରା ସିଂ, ମଙ୍ଗଲ ସିଂ ପ୍ରମୁଖ ଯୋଗ ଦେଇ  ମାରାଙ୍ଗ ଗୋମକେ ଜୟପାଲ  ସିଂ ମୁଣ୍ଡାଙ୍କ ଜୀବନୀ ଓ କାର୍ଯ୍ୟ ବିଷୟରେ  ନିଜ ନିଜ ବ୍ୟକ୍ତବ୍ୟରେ ଆଲୋକପାତ କରିଥିଲେ l
Shrutilipi ad