E0e8b6ab a6e4 4a78 a38c 76f61b052d6b

ଭାଷା ଓ ସାହିତ୍ୟର ବିକାଶରେ ଲେଖକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ: ଅନ୍ନଦା ପ୍ରସାଦ ରକ୍ଷିତଙ୍କ ସ୍ମୃତିଚାରଣ ସଭା

ରାଜ୍ୟ

ଭୁବନେଶ୍ଵର : ଭାଷା ଓ ସାହିତ୍ୟର ବିକାଶ ଦିଗରେ ଲେଖକ ଲେଖିକାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ‘ପୂଜ୍ୟ ପୂଜା ଓଡ଼ିଶା’ ପକ୍ଷରୁ ଆୟୋଜିତ ବିଶିଷ୍ଟ ଲେଖକ ତଥା ଶିକ୍ଷାବିତ ଅନ୍ନଦା ପ୍ରସାଦ ରକ୍ଷିତଙ୍କ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଚିକିତ୍ସକ ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଏହି ମତବ୍ୟକ୍ତ କରିଛନ୍ତି।

706bb6b8 683a 40f5 8913 2256a71b4c04

ଓଡ଼ିଶା ଲେଖକ ସମବାୟ ସମିତି ପରିସରରେ ବିରଜା ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାର ପ୍ରାରମ୍ଭରେ ସଂପାଦକ ରମାକାନ୍ତ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ସେ ସ୍ୱର୍ଗତ ରକ୍ଷିତଙ୍କ ସ୍ମୃତିଚାରଣ କରି କହିଥିଲେ ଯେ, ଅନ୍ନଦା ବାବୁ ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ଅଧିକାରୀ ଥିଲେ।

ଏହି ସ୍ମୃତିଚାରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଇଂ ଗଣେଶ ଚନ୍ଦ୍ର ପଣ୍ଡା, ଇଂ ସୁବାସ ଚନ୍ଦ୍ର ସାହୁ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁକାନ୍ତ ପ୍ରଧାନ, ସୁରେଶ ଚନ୍ଦ୍ର ମହାନ୍ତି, ଶ୍ରୀବାସ ପ୍ରସାଦ ମହାପାତ୍ର, ସତ୍ୟନାରାୟଣ ଆଚାର୍ଯ୍ୟ, ଅଶୋକ କୁମାର ଦାଶ, ଅଶ୍ଵିନୀ ପଟ୍ଟନାୟକ, ପ୍ରବୋଧ କୁମାର ମହାନ୍ତ, ଦେବ କୁମାର କୁଣ୍ଡୁ ଏବଂ ପ୍ରତାପ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରକ୍ଷିତଙ୍କ ବହୁମୁଖୀ ପ୍ରତିଭା ଉପରେ ସୁବିସ୍ତୃତ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ରଶ୍ମିତା ରାଉତ ସୁଲଳିତ କଣ୍ଠରେ ଭଜନ ଗାନ କରିଥିଲେ। ପରିଶେଷରେ ତାରେଶ୍ଵର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ତପନ କୁମାର କର ଓ ଲେଖା କର ଆୟୋଜନ ତଥା ପରିଚାଳନା କରିଥିଲେ।

Shrutilipi ad