- ଆଗରପଡା ଯୁବ ମହୋତ୍ସବ ସପ୍ତମ ସଂଧ୍ୟା
ବନ୍ତ/ଆଗରପଡ଼ା,୧/୧(ସମିସ):୪ର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବ ସପ୍ତମ ସଂଧ୍ୟା ସମ୍ପ୍ରତି ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଇଂ ଅମୀୟ ରଞ୍ଜନ ରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗ ଦେଇ ଏହି ସଂଗ୍ରାମୀ ମାଟିରେ ଯୁବ ମହୋତ୍ସବ ଅସ୍ମିତାର ରଙ୍ଗରେ ରଙ୍ଗେଇ ହୋଇ ଜନମନ ହରଣ କରୁଛି, ଯାହା ଉପସ୍ଥିତ ଦର୍ଶକଙ୍କ ସମାଗମରୁ ଜଣା ପଡୁଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତା ଭାବେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ନେତା ତଥା ସୁସାହିତ୍ୟକ ଡ.ସୁଧାଂଶୁ ଶେଖର ନାୟକ ଯୋଗ ଦେଇ ମହୋତ୍ସବ ଦ୍ୱାରା ଉତ୍କଳର ମହାନ ସଂସ୍କୃତି ଉଜ୍ଜିବୀତ ହେଉଥିବା କହିଥିଲେ । ସମ୍ମାନୀତ ଅତିଥି ଭାବେ ବନ୍ତ ବ୍ଳକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରନ ôନନ୍ଦ, ଶିକ୍ଷାବିତ ଚିତ୍ତରଂଜନ ସାମନ୍ତରାୟ ଯୋଗଦେଇ ଯୁବ ମହୋତ୍ସବର ଭତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଯୁବ ମହୋତ୍ସବ କମିଟିର ଏତାଦୃଶ୍ୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । କମିଟି ସମ୍ପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ସଂପାଦକୀୟ ବିବରଣୀ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କମିଟି ସଂଗଠନ ସମ୍ପାଦକ ଚିନ୍ମୟ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକୁ କୋଷାଧ୍ୟକ୍ଷ ନୃସିଂହ ଖୁଣ୍ଟିଆ, ବାବୁରାମ ବେହେରା, ତପନ ପୃଷ୍ଟି, ଜିତେନ୍ଦ୍ର ଶତପଥି, ହିମାଦ୍ରି ମହାନ୍ତି,ବାପୁନୁ ସିଂହ, ହାପୀ ରାୟ, ଦିବ୍ୟ ଆକାଶ ପୁହାଣ ଏବଂ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

