ବାରିପଦା : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି ।ଆଜି ରାଇରଙ୍ଗପୁର ପୋଲିସ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ୭ ଟିବ୍ଳକ ଏବଂ ଗୋଟିଏ ପୌରପାଳିକା ତଦସହ ପାଞ୍ଚପୀଢ ଉପଖଣ୍ଡର ୫ ଟି ବ୍ଳକ ଏଵଂକରଞ୍ଜିଆ ପୌରପାଳିକାର ସମସ୍ତ ଥାନା ପାଇଁ ଗୃହ ପରୀକ୍ଷା ପାଇଁ ଲିଖିତ ପରୀକ୍ଷା ଆଜି ରାଇରଙ୍ଗପୁର ଷ୍ଟାଡିୟମରେ ଆଜି ରବିବାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୧୦୬ ଜଣ ପ୍ରାର୍ଥି / ପାର୍ଥିନୀ ସାଧାରଣ ବର୍ଗ, ଏସି, ଏସଟି, ଦିଵ୍ଯାଙ୍ଗ, ପଛୁଆ ବର୍ଗ, ସାଧାରଣ ବର୍ଗର ୮୫୪୪ ଜଣ ଆଶାୟୀ ଯୁବକ ଯୁବତୀ ପରୀକ୍ଷାରେ ପଞ୍ଜିକରଣ କରିଥିବାବେଳେ ୬୪୯୭ ଜଣ ଅଂଶ ଗ୍ରହଣ କରିଛନ୍ତି ।ଏଥିରେ ତାଲିମପ୍ରାପ୍ତ ଡ଼୍ରାଇଭର ଏବଂ ତାଲିମପ୍ରାପ୍ତ କମ୍ପ୍ଯୁଟର ପରୀକ୍ଷାର୍ଥୀ ମାନଙ୍କୁ ଅଗ୍ରାଧିକାର ଭାବରେ ନିଯୁକ୍ତି ମିଳିବାର ସମ୍ଭାବନା ଦେଖା ଦେଇଛି ।କିନ୍ତୁ ଆଜିର ପରୀକ୍ଷାରେ ଓଡ଼ିଶାର ବେକାରୀ ସମସ୍ୟାର ଉତ୍କଟ ଚିତ୍ର ଦେଖିବାକୁ ମିଳିଛି ।ଉଚ୍ଚ ଶିକ୍ଷିତ ଓଏଏସ,ଆଇଏଏସ,ଏସଆଇ,ଏଏସଓ,ଆରଆଇ,ପି ଇଓ,ଜୁନିଅର ଆସିଷ୍ଟାଣ୍ଟ,ଇଞ୍ଜିନିୟରିଂ ପରୀକ୍ଷାର୍ଥୀମାନେ ସରକାରୀ ଚାକିରୀଟିଏ ପାଇଁ ପରୀକ୍ଷାରେ ଅଂଶ ଗ୍ରହଣ କରିବାକୁ ଦେଖିବାକୁ ମିଳିଛି ।ପ୍ରବଳ ଥଣ୍ଡା ସତ୍ବେ ସୁଦୂର ଠାକୁରମୁଣ୍ଡା ବ୍ଳକର ସିମାନ୍ତ ମହୁଲଡିହା ଥାନା, ଦୁର୍ଗମ ଶିମିଳିପାଳର ବସବାସ କରୁଥିବା ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ, ଦୁର୍ଗମ ଗୁହାଳଡାଙ୍ଗିରୀ, ଚଢେଇପାହଡିରୁ ସରକାରୀ ଚାକିରୀ ଟିଏ ହାତେଇବା ପାଇଁ ପ୍ରାଣବିକଳରେ ଛୁଟି ଆସିଛନ୍ତି ।ବହି ଦୋକାନୀମାନେ ଲିଖିତ ଖାତା ବାଇଣ୍ଡିଂ ପଟା ଯାହାର ଦାମ ସେମାନେ ପରିସ୍ଥିତିର ଫାଇଦା ଉଠାଇ ୧୦୦ ଟଙ୍କା ଲେଖାଏଁ ନେଇଛନ୍ତି । ପରୀକ୍ଷାର୍ଥିମାନେ ପରୀକ୍ଷା ଦେଇ ସାରି ଆସିବାବେଳେ ହସହସ ମୁହଁରେ କହିଥିଲେ ପରୀକ୍ଷା ଅତି ଭଲ ହୋଇଛି । ଶାନ୍ତି ଶୃଙ୍ଖଳାର ସହିତ କିପରି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇପାରିବେ ସେଥିପାଇଁ ପୋଲିସ ତରଫରୁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିଲା ।

