Photo for the news of cricket match

ଲିଗେଣ୍ଡାରୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ରାଜ୍ୟ

ଆଗରପଡ଼ା: ଆଗରପଡ଼ା ସ୍ଥିତ ଦମଦମା କଲେଜ ପଡ଼ିଆ ଠାରେ ଆଗରପଡ଼ା ସ୍ପୋର୍ଟସ କ୍ଲବ ପକ୍ଷରୁ ଚାଲିଥିବା ଦୁଇଦିନିଆ ୪ର୍ଥ ବାର୍ଷିକୀ ଲିଗେଣ୍ଡାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ କ୍ରୀଡ଼ାବିତ୍ ବିଜ୍ଞାନଭୂଷଣ ମହାନ୍ତି ଓ ଶେଖ ଇସଲାମ ଯୋଗଦେଇ ବ୍ଲୁ ଟିମକୁ ୱିନର ଟ୍ରଫି ସହ ନଗଦ ଅର୍ଥରାଶି ଓ ରେଡ ଟିମକୁ ରନର୍ସ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ପ୍ରଦୀପ ଦାସ ଓ ସିଲନ ମହାନ୍ତି ଖେଳ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟ ଆୟୋଜକ ଯଶୋବନ୍ତ ସିଂହଙ୍କ ତତ୍ତ୍ୱ୍ୱାବଧାନରେ ରଜତ ମହାପାତ୍ର, ବିଭୁଚନ୍ଦନ ଜେନା,ତାପସ ରାୟ, ତନ୍ମୟ ସିଂହ, ଚିତ୍ତରଂଜନ ଘଡ଼େଇ, ଉତ୍ତମ ପଣ୍ଡା ପ୍ରମୁଖ ବିଭିନ୍ନ କାର୍ଯ୍ୟ ସଂପାଦନ କରିଥିଲେ ।

Shrutilipi ad