ଆଗରପଡ଼ା: କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବନ୍ତ ବ୍ଲକ କଂଗ୍ରେସ କମିଟି ତରଫରୁ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ କରାଯିବା ସହ କଲେଜ ଛକରେ ଥିବା ଡଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ବ୍ଲକ କଂଗ୍ରେସ କମିଟି ସଭାପତି ରାଜକିଶୋର ସ୍ୱାଇଁଙ୍କ ନେତୃତ୍ୱ ରେ ପୂର୍ବତନ ସରପଂଚ ରବିନାରାୟଣ ମହାନ୍ତି, ସୁରେନ୍ଦ୍ର ଜେନା, ପ୍ରଦୀପ୍ତ ନାୟକ, ସତ୍ୟବାନ ଦାସ,ଜଗବନ୍ଧୁ ବେହେରା, କଳ୍ପତରୁ ସାହୁ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସାଦ୍ଦସିଦ୍ଦିକ, ବ୍ଲକ ଯୁବ କଂଗ୍ରେସ ଉପସଭାପତି ମହେଶ୍ୱର ଦାସ, ଟାଣୁଆ ଯୁବନେତା ଜ୍ୟୋତି ନାୟକ, ନିରଞ୍ଜନ ମଲ୍ଲିକ, ବାଙ୍କବିହାରୀ ଯେନା, ଛାୟା କାନ୍ତ ନନ୍ଦ, ଦେବ ସିଂ,ଅସରଫ ସାହା,ରାମ ଚନ୍ଦ୍ର ଯେନା, ରବିନ୍ଦ୍ର ବାରିକ, ବାପୁଜି ପେଡି,କନ ମାଝି, ଲିଙ୍କୁନ ପୁହାଣ, ବିଜୟ ବାରିକ, ଦେବଦତ୍ତ ଜଗଜୀତ ଜେନା ,ସୟଦ ମୟଫୁଜ, ସେକ ଅରମାନ, ରଞ୍ଜନ ଖାନ, ଜାଡି ଖାଁ, ବାପି କରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଜାତୀୟ କଂଗ୍ରେସର ଦଳୀୟ ପତକା ଉତ୍ତୋଳନ କରିବା ସହ ଡ଼ଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ପ୍ରଦାନ କରି ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ ।

