ଆଗରପଡ଼ା: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ଆଗରପଡ଼ା ଠାରେ ପାଳିତ ହୋଇଯାଇଅଛି । ସକାଳେ ସ୍ଥାନୀୟ ଡାଏଟ ନିକଟରେ ଥିବା ପ୍ରବାଦ ପୁରୁଷ ତଥା କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ବିଭିନ୍ନ ଶ୍ଳୋଗାନ ମାନ ଦିଆଯାଇଥିଲ ।ବିଜେଡି ଜିଲ୍ଲା ଉପସଭାପତି ତଥା ପୁରୁଷଣ୍ଢ ସେବା ସମବାୟ ସମିତିରେ ସଭାପତି ପ୍ରଶାନ୍ତ ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଯେନା,ସଭ୍ୟା ରୁନିତା ଦାସ, ସରପଂଚ ନିହାର ପଣ୍ଡା, ପ୍ରକାଶ ବିଶ୍ୱାଳ,ବ୍ଳକ ବିଜେଡ ଯୁବ ସଭାପତି ସତ୍ୟ ସାଧନ ବେଜ,ସଂପାଦକ ସୁରେଶ ପୃଷ୍ଟି,ଜୋନ ସଂପାଦକ ଅଶୋକ ପାଣିଗ୍ରାହୀ, ଶ୍ରୀନାଥ ମହାନ୍ତି,ଜୈନୁଲ ଆନେଦିନ, ରାମଚନ୍ଦ୍ର ମହାନ୍ତି, ନନ୍ଦକିଶୋର ନାୟକ, ପ୍ରଦୀପ ପୁହାଣ,ଜୟଦେବ ସିଂହ, ଭୀଷ୍ମେଶ୍ୱର ଦାସ, ସୁନନ୍ଦ ମହାପାତ୍ର, ସନ୍ତୋଷ ପୁହାଣଙ୍କ ସମେତ ଆଗରପଡ଼ା ଜୋନ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ନେତୃତ୍ୱ ଏବଂ କର୍ମୀ ଭାଈ, ଭଉଣୀ,ଯୁବ, ଛାତ୍ର ମହିଳା, ବରିଷ୍ଠ କର୍ମୀ ମାନେ ଯୋଗ ଦେଇଥିଲେ ।

