Photo for the news of pratisthadivas

ବନ୍ତରେ ବିଜେଡିର ପ୍ରତିଷ୍ଠା ଦିବସ

ରାଜ୍ୟ
  • ନବୀନଙ୍କ ଉପରେ ଆସ୍ଥା ରଖିବାକୁ ଆହ୍ୱାନ

ଆଗରପଡ଼ା: ଶୁକ୍ରବାର ଅପରାହ୍ନରେ ବନ୍ତ ଡ଼ିଗିଆଡ଼ି ଠାରେ ବିଜୁ ଜନତା ଦଳ ପକ୍ଷରୁ ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଏହି ଅବସରରେ ବନ୍ତ ବ୍ଲକ୍ ବିଜେଡି କର୍ମୀ ଓ ନେତା ମାନେ ବନ୍ତରେ ଏକତ୍ରୀତ ହୋଇ ଏକ ବିରାଟ ପଟୁଆରରେ ବିଜୁ କଲ୍ୟାଣମଣ୍ଡପ ସ୍ଥିତ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ôଚ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ଡ଼ିଗିଆଡ଼ି ଠାରେ ସାଧାରଣ ସଭାର ବନ୍ଦୋବସ୍ଥ କରା ଯାଇଥିଲା । ସଭାସ୍ଥଳରେ ଉପସ୍ଥିତ ନେତୃବୃନ୍ଦଙ୍କ ଦ୍ୱାରା ବିଜୁ ବାବୁଙ୍କଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ବର୍ତମାନ ଆଳିର ବିଧାୟକ ପ୍ରତାପ ଦେ ,ସ୍ଥାନୀୟ ବିଧାୟକ ସଂଜିବ କୁମାର ମଲ୍ଲିକ ଙ୍କସହ ଦଳୀୟ କର୍ମକର୍ତା ମାନେ ପ୍ରତିଷ୍ଠା ଦିବସକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବ୍ଲକ୍ ବିଜେଡି ର ବରିଷ୍ଟ ନେତା ପ୍ରଶାନ୍ତ କୁମାର ଦାଶ ପୌରୋହିତ୍ୟ ରେ ଅନୁଷ୍ଟିତ ସଭାରେ ଆଳିର ବିଧାୟକ ଶ୍ରୀଯୁକ୍ତ ଦେ ବର୍ତମାନ ବିଜେପିର ଡ଼ବଲଇଂଜିନ ସରକାର ଦେଢ଼ ବର୍ଷ ମଧ୍ୟରେ ଲୋକମାନଙ୍କର କେତେ ଉନ୍ନତି କରିଛି ଆଉ ନବୀନ ପଟ୍ଟନାୟକ ତାଙ୍କ ଶାସନ ସମୟରେ ଜନହିତକର କାର୍ଯ୍ୟ କଣ କରିଥିଲେ ତାହାକୁ ସମୀକ୍ଷା କରିବାର ପ୍ରକୃଷ୍ଠ ସମୟ ଆସିଥିବାର ପ୍ରକାଶ କରି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଣ୍ଡାରୀ ପୋଖରି ବିଧାୟକ ଙ୍କ ସହ ଜିଲାପରିଷଦ ସଭାପତି ପ୍ରଫୁଲଜେନା,ବ୍ଳକ ଉପ ସଭାପତି ପ୍ରଗତିବାଳା ସ୍ୱାଇଁ,ବିଧାୟକଙ୍କ ପ୍ରତିନିଧି ସ୍ମୃତି ରଂଜନ ସ୍ୱାଇଁ, ବ୍ଲକ ସଭାପତି ସତ୍ୟସାଧନ ବେଜ,ଜିଲାପରିଷ୍‌ଦ ସଭ୍ୟା ରୁନିତା ଦାସ,ଜିଲା ଛାତ୍ରବିଜେଡ଼ି ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ,ଚିନ୍ମୟ କୁମାର ଦାସ,ଉତ୍କଳକେଶରୀ ମହାନ୍ତି,ଲଷ୍ମୀକାନ୍ତ ମହାନ୍ତି,ବିପିନ ବିହାରୀ ନାୟକ,ସୁବାଶ ଦାସ ଙ୍କସହ ବହୁକର୍ମୀ ଯୋଗ ଦେଇ ଦଳର ସୁପ୍ରିମୋ ନବୀନ ବାବୁଙ୍କ ସମୟରେ ହୋଇଥିବା ବହୁମୁଖି ଜନ ହିତକର କାର୍ଯ୍ୟ କୁ ମନେରଖିବା ସହ ତାଙ୍କର ଅଧୂରା ସ୍ୱପ୍ନକୁ ପୂରଣ କରିବା ପାଇଁ ଉଦ୍ୟମ କରିବାକୁ ପ୍ରକାଶ କରିଥିଲେ । ଏହି ସଭାରେ ୨୫ଟି ପଞ୍ଚାୟତର ଦଳୀୟ କର୍ମୀ ଓ ନାଗରିକ ମାନେ ବହୁଳ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ଦଳୀୟ କର୍ମକର୍ତା ମାନେ ଏହାକୁ ସୁଚାରୁରୁପେ ସଂପାଦନ କରିଥିଲେ ।

Shrutilipi ad