Bibhishana e1766762468614 300x261

୮ ଦିନ ପରେ ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ରାଜ୍ୟ

ଭବାନୀପାଟଣା: କର୍ଲାପାଟ ଥାନା ଅନ୍ତର୍ଗତ ସାଏସୂର୍ଣ୍ଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହେଇଛି। ମୃତକ ହେଉଛନ୍ତି ବିଭୀଷଣ ଗୌଡ (୪୩)। ସେ ସାଏସୂର୍ଣ୍ଣି ହାଇସ୍କୁଲରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ଗତ ପ୍ରାୟ ୮ ଦିନ ହେଲା ସେ ନିଖୋଜ ଥିଲେ। ବିଭୀଷଣଙ୍କ ମୃତଦେହ ମିଳିବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। କେହି ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ କହିଛନ୍ତି। ଅଭିଯୋଗ ଆଧାରରେ କର୍ଲାପାଟ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Shrutilipi ad