ବାରିପଦା: ମୟୁରଭଞ୍ଜ ଜିଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା l ବାରିପଦା ସଦର ଥାନା ପୋଲିସ ପକ୍ଷରୁ ପାଞ୍ଚ ଜଣ ଗାଡି ଚୋର କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ 41 ଗୋଟି ଚୋରି ବାଇକ ସମେତ ଗୋଟିଏ କାର ଜବତ କରିଛିନ୍ତି l ଗିରଫ ଚୋର ମାନେହେଲେ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ, କୁଳିଅଣା, ଖୁଣ୍ଟା, ବଡ଼ସାହି ଏବଂ ବାରିପଦା ସଦର ଥାନା ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ସିଂ, ଶିବାଜୀ ବଗାଳ, ବାସୁଦେବ ହାତୀ, ରୋହିଦାସ ସିଂ ଏବଂ ଦିନେଶ୍ଵର ସିଂ l ଆଜି ଏ ବାବଦରେ ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଚଳିତ ମାସ 23 ତାରିଖ ରାତ୍ରିରେ ବାରିପଦା ସଦର ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ କରାଯାଉଥିବା ସମୟରେ ସନ୍ଦେହ ହେବାରୁ ଦୁଇ ଜଣ କୁ ଅଟକାଇ ପଚାରା ଉଚରା କରିବାରୁ ସେମାନେ ଚୋର ବୋଲି ଜଣା ପଡିଥିଲା l ସେମାନଙ୍କ ପାଖରୁ ତିନିଗୋଟି ବାଇକ ଏବଂ ଗୋଟିଏ କାର ଜବତ କରାଯାଇଥିଲା l ସେମାନଙ୍କୁ ଅଧିକ ଜେରା କରାଯିବାପରେ ପୋଲିସ କୁ ମିଳିଥିଲା ବଡ଼ ସଫଳତା l ପୋଲିସ ଏବଂ ସ୍କୁଆର୍ଡ ଟିମ ମିଳିତ ଭାବେ ଚଢ଼ାଉ କରି ଅନ୍ୟ ତିନିଜଣ ଚୋର କୁ ଗିରଫ କରିବା ସହ ବିଭିନ୍ନ ସ୍ଥାନରୁ ବାକି ସମସ୍ତ ଚୋରି ବାଇକ କୁ ପୋଲିସ ଜବତ କରିଥଲେ l ଏଥି ସହିତ ସେମାନଙ୍କ ପାଖରୁ ଛଅ ଗୋଟି ମୋବାଇଲ ଫୋନ ଏବଂ ଗାଡି ଚୋରି ପାଇଁ ବ୍ୟବହୃତ ବିଭିନ୍ନ ଉପକରଣ ଜବତ କରାଯାଇଅଛି l ଏ ବାବଦରେ ବାରିପଦା ସଦର ଥାନାରେ ଏକ କେସ ରୁଜୁ କରିବା ସହ ଅଧିକ ତଦନ୍ତ ଜାରିରହିଅଛି l

