Photo for the news of lala swain

ବିଧାୟକଙ୍କ ପ୍ରତିନିଧି ହେଲେ ଲାଲା ସ୍ୱାଇଁ

ରାଜ୍ୟ

ଆଗରପଡ଼ା: ରାଜ୍ୟ ରାଜନୀତିରେ ଭଦ୍ରକ ଜିଲ୍ଲା ଏବେ ଚର୍ଚ୍ଚିତ । ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳରେ ଏବେ ଦଳଡ଼ିଆଁ ରୋଗ ଲାଗିଛି । କିଛିଦିନ ପୂର୍ବେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଲୁଲୁ ଏବଂ ଜୁଲୁ ବିଜେଡ଼ି ଛାଡି ବିଜେପି ରେ ଯୋଗଦେଇଥିଲେ । ତାଙ୍କ ସହ ବନ୍ତ ବ୍ଲକ ଅଧ୍ୟକ୍ଷ ଏବଂ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ମଧ୍ୟ ବିଜେପିରେ ଯୋଗଦେଇଥିଲେ । ସୂଚନା ଅନୁଯାୟୀ ଉକ୍ତ ୨ ଜଣଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବାପାଇଁ ପ୍ରସ୍ତୁତି ହେଉଛି ବିଜେଡି । ଦୁଇ ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଶାସକ ଦଳର ପ୍ରଭାବ ବିସ୍ତାର ହେବାରେ ଲାଗିଥିବାରୁ ଦଳ ପରିବର୍ତ୍ତନ ନକଲେ ଉନ୍ନୟନ ମୂଳକ କାର୍ଯ୍ୟକୁ ଆଗେଇ ନେବା ସମ୍ଭବ ପର ନୁହେଁ ବୋଲି ଦଳ ପରିବର୍ତ୍ତନ କରିଥିବା ରାଜନେତା ମତପୋଷଣ କରିବା ଏବଂ ବ୍ଳକ ପ୍ରଶାସନିକ ଅଧିକାରୀ ଶାସକ ଦଳର ଇଙ୍ଗିତରେ କାମ କରୁଥିବାକୁ ନେଇ ବିଜେଡି ସମର୍ôଥତ ସରପଂଚ ଓ ସମିତିସଭ୍ୟା/ସଭ୍ୟ ନିଜ ଦାବି କିପରି ହାସଲ କରିବେ ଓ ଦଳ ଡ଼ିଆଁ ରୋଗରୁ ବଂଚିତ ହେବେ । ତାହାକୁ ଆଖି ଆଗରେ ରଖି ସେମାନଙ୍କ ଦାବି ହାସଲରେ ସେମାନଙ୍କୁ ସହଯୋଗ କରିବା ପାଇଁ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସ୍ମୃତିରଜଂନ ସ୍ୱାଇଁ (ଲାଲା ସ୍ୱାଇଁ)ଙ୍କୁ ବନ୍ତ ବ୍ଲକ ପ୍ରତିନିଧି ଭାବେ ଘୋଷଣା କରିବା ସହ ବିଡ଼ିଓ,ବନ୍ତଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିବା ଜଣାପଡ଼ିଛି । ତତ୍‌ସହିତ ବନ୍ତ ଠାରେ ୨୫ ଗୋଟି ପଂଚାୟତର ନେତୃତ୍ୱଙ୍କ ଉପସ୍ଥିତିରେ ନିଜର ପ୍ରତିନିଧି ଭାବରେ ଲାଲା ସ୍ୱାଇଁଙ୍କ ନାମ ଘୋଷଣା କରିଥିବା ଜଣାପଡ଼ିଛି ।

 

 

 

 

Shrutilipi ad