Img 20251224 wa0214

ଜ଼ିଲ୍ଲା ସ୍ତରୀୟ ଜାତୀୟ ଖାଉଟି  ଦିବସ – 2025 ପାଳିତ 

ରାଜ୍ୟ
ବାରିପଦା  :  ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜିଲ୍ଲା ଉପନିୟନ୍ତ୍ରକ ବୈଧ୍ୟ ମାପ ବିଜ୍ଞାନ, ମୟୁରଭଞ୍ଜ, ବାରିପଦା  ଓ ସଂକଳ୍ପ, କୁଳିଅଣା ଆନୁକୁଲ୍ୟରେ  ଦିଗନ୍ତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦାରଗାଡ଼ାହି, ବାରିପଦା ସମ୍ମିଳନୀ  କକ୍ଷ ରେ ଜିଲ୍ଲା ସ୍ତରୀୟ ଜାତୀୟ ଖାଉଟି  ଦିବସ 2025 ପାଳିତ ହୋଇଯାଇଛି ।  ସଂକଳ୍ପ ର ସମ୍ପାଦକ ପ୍ରଦୀପ କୁମାର ଦାସମହାପାତ୍ର ସ୍ୱାଗତ ଭାଷଣ ଓ ମଂଚାସୀନ ସମସ୍ତ ଅତିଥି ମାନଙ୍କର  ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡ଼ି ସି ଡ଼ି ଆର ସି ର ମେମ୍ବର ଜୀବନକୃଷ୍ଣ ବେହେରା ଯୋଗ ଦେଇ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଦିବସ କୁ  ଶୁଭ ଉଦଘାଟନ କରିଥିଲେ । ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ଅଧିକାରୀ,ମୟୁରଭଞ୍ଜ, ବାରିପଦା ର ସୁଷମା ପଣ୍ଡା ଜାତୀୟ ଖାଉଟି  ଦିବସ  ପାଳନ  ସମ୍ପର୍କ ରେ ସୂଚନା ପ୍ରଦାନ କରିଥିବା ବେଳେ ଦିଗନ୍ତ ବିକାଶ କଲେଜ ର ଅଧ୍ୟକ୍ଷ ମୋହେନ୍ଦ୍ର ନାଥ ପାତ୍ର ମଞ୍ଚ ପରିଚାଳନା କରିଥିଲେ ।
ଡ଼ି ସି ଡ଼ି ଆର ସି ର ମେମ୍ବର ଜୀବନକୃଷ୍ଣ ବେହେରା, ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ , ବାରିପଦାର  ଆଶିଷ ରଞ୍ଜନ ରାଉତ,ବାରିପଦା ମୁନିସିପାଲିଟି ର ଏ ସି ଏସ ଓ  ପାର୍ଥ ରଞ୍ଜନ ଶତପଥୀ,  ନିରୀକ୍ଷକ ବୈଧ ମାପ ବିଜ୍ଞାନ , ଉଦଳା ର ପ୍ରମୋଦ କୁମାର ନାୟକ, ଦିଗନ୍ତ ବିକାଶ କଲେଜ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ନାୟକ, ପ୍ରମୁଖ ଉପସ୍ଥିତ ରହି ଖାଉଟି ସୁରକ୍ଷା ସଚେତନତା  ବାର୍ତା, ଖାଉଟି ର କର୍ତ୍ତବ୍ୟ ଓ ଭୂମିକା, ଅପମିଶ୍ରଣ ରକିବା, ଦ୍ରବ୍ୟ କିଣା ତୃଟି ପୂର୍ଣ୍ଣ ସେବା, ଅନ ଲାଇନ କ୍ରୟ,ଖାଉଟି ବିବାଦର ପ୍ରତିକାର ଵ୍ୟବସ୍ଥା,ସି ପି ଆକ୍ଟ 2019, ଉପଭୋକ୍ତା ମାନଙ୍କୁ ସ୍ପୀଡ଼ି ଡିସପୋଜାଲ ଜରିଆରେ ଡିଜିଟାଲ ଜଷ୍ଟିସ ପ୍ରଦାନ ସମ୍ବନ୍ଧୀୟ ଉପାଦେୟ ସୂଚନା ପ୍ରଦାନ କରିଥିଲେ । କଲେଜ ର ଷ୍ଟାଫ, ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ।
 ଜିଲ୍ଲା ରେ ଖାଉଟି ସୁରକ୍ଷା ଓ ସଚେତନତା ର ବାର୍ତା ପାଇଁ ବ୍ଲକ ସ୍ତରୀୟ କର୍ମଶାଳା ଆୟୋଜନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିବାକୁ ସଂକଳ୍ପ ର ସମ୍ପାଦକ ସୂଚନା ଦେଇଥିଲେ । ଫୋର୍ଡ଼ ର ସମ୍ପାଦକ ସନ୍ତୋଷ ଖଣ୍ଡା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।  ସଂକଳ୍ପ ର ପୁଷ୍ପଲତା  ନାଏକ, ମଞ୍ଜରି ରାଣୀ  ନାଏକ କାର୍ଯ୍ୟକ୍ରମ କୁ ଆୟୋଜନ ରେ ସହଯୋଗ କରିଥିଲେ ।
Shrutilipi ad