Photo for the news of abhinandan karmasala

ପୁରୁଷଣ୍ଢ ନୋଡ଼ାଲ ବିଦ୍ୟାଳୟରେ ଅଭିନନ୍ଦନ ପତ୍ର କର୍ମଶାଳା

ରାଜ୍ୟ

ଆଗରପଡ଼ା: ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତୋଫାବିବି କ୍ଲଷ୍ଟର ଅନ୍ତର୍ଗତ ପୁରୁଷଣ୍ଢ ନୋଡ଼ାଲ ଉ.ପ୍ରା ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାରତୀ ମିଶ୍ରଙ୍କ ସଂଯୋଜନାରେ ଓ କଳା ଶିକ୍ଷକ ପଦ୍ମନାଭ ସେଠୀଙ୍କ ତତ୍ତ୍ୱାବଧାନରେ ଅଭିନନ୍ଦନ ପତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୫ଜଣ ଛାତ୍ରଛାତ୍ରୀ ଭାଗନେଇ ଅଭିନନ୍ଦନ ପତ୍ର ତିଆରି କରିଥିଲେ । ଏହି କର୍ମଶ।।ଳାରେ ସିଆରସିସି ନିରଜଂନ ଖିଲାର ପିଲାଙ୍କ ଅଭିନନନ୍ଦନ ପତ୍ରକୁ ଦେଖି ସେମାନଙ୍କୁ ଖୁବ୍ ପ୍ରଶଂସା କରିବା ସହ ଡ଼ିଜିଟାଲ ଯୁଗରେ ଅଭିନନ୍ଦନ ପତ୍ର ଲୋପ ପାଇବାକୁ ବସିଥିବା ବେଳେ ପୁରୁଷଣ୍ଢ ନୋଡ଼ାଲ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉକ୍ତ କର୍ମଶାଳା ମାଧ୍ୟମରେ ଲୋପ ପାଇବାକୁ ବସିଥିବା ପରମ୍ପରାକୁ ଉଦ୍‌ଜୀବିତ କରି ରଖିବା ପ୍ରୟାସ ପାଇଁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ସାହୁ,ସ୍ମିତାରାଣୀ ମାଝି,ସ୍ୱର୍ଣ୍ଣଲତା ମିଶ୍ର,ଅନିତା ଭୂୟାଁ,ପରମେଶ୍ୱର ପୃଷ୍ଟି,ଗାୟତ୍ରୀ ନାୟକ,ପ୍ରିୟଙ୍କା ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Shrutilipi ad