Photo1

ବନବିଭାଗ ପକ୍ଷରୁ ହାତୀ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ

ଆଗରପଡ଼ା: ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୌଭାଗ୍ୟ ସାହୁ ଙ୍କ ନିର୍ଦ୍ଦେଶରେ ଭଦ୍ରକ ବନାଚଂଳ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ଡେଇ ଙ୍କ ତତ୍ତ୍ୱାବଧାନରେ ଆଗରପଡାର ପାଟକନା ଓ ରାଉତୁରାପୁର ଗ୍ରାମରେ ହାତୀ ଠାରୁ ସୁରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ହାତୀ ପଛରେ ଗୋଡ଼ାନ୍ତୁ ନାହିଁ କି ତାକୁ ବିରକ୍ତି କରନ୍ତୁ ନାହିଁ । ଧାନ ଅମଳକୁ ଶିଘ୍ର ଘରକୁ ନେଇ ଆସନ୍ତୁ । ଭୟଭୀତ ନହୋଇ ହାତୀର ଗତିବିଧି କୁ ବନ ବିଭାଗର କର୍ମଚାରୀଙ୍କୁ ଜଣାଇବା ସହ ହାତୀର ସୁରକ୍ଷା ଏବଂ ନିଜକୁ ସୁରକ୍ଷିତ ରଖନ୍ତୁ ବୋଲି ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ । ଏଥିରେ ବନପାଳ ରାଜକିଶୋର ନାୟକ, ବନରକ୍ଷୀ ରାମଚନ୍ଦ୍ର ହେମ୍ବ୍ରମ ,ସ୍କାର୍ଡ ଟିମ ବିକ୍ରମ କେଶରୀ ଦାସ,ଉପେନ୍ଦ୍ର ସେନ୍‌,ବାପୁନ ଡଗରା ଏବଂ ଲିଟନ ବେହେରା ପ୍ରମୁଖ ଉପସ୍ଥିତ ରହି ହାତୀ ଆକ୍ରମଣ ରୁ ରକ୍ଷା ନିମନ୍ତେ ସ୍ଥାନୀୟ ଗ୍ରାମବାସୀଙ୍କୁ ବିଭିନ୍ନ କୌଶଳ ଜରିଆରେ ପରାମର୍ଶ ଦେଇଥିଲେ ।

Shrutilipi ad