Img 20251220 wa0280

ମୃତ ଛାତ୍ରର ପରିବାରଵର୍ଗଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ମାସା

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ ବଡ଼ଭୁଣ୍ଡୁ ଉଚ୍ଚ ବିଦ୍ୟାଳୟ ଠାରେ ପଢ଼ୁଥିବା ପ୍ରଥମ ଶ୍ରେଣୀର ଛାତ୍ର  ଅଭିର ଲୋହାର, ବାପା ଶିବ ଚରଣ ଲୋହାର, ଗ୍ରାମ ବଡ଼ଭୁଣ୍ଡୁ, ଥାନା ତିରିଂ ବିଦ୍ୟାଳୟ ପରିସରରେ ଖେଳୁଥିବା ସମୟରେ ୨୦୨୨-୨୩ ବର୍ଷ ର ଗୋଟେ ଫଳକ ଛାତ୍ର ଉପରେ ପଡି ଛାତ୍ରଟି ମୃତ୍ୟୁ ବରଣ କରିଅଛି |ଏହି ବିଷୟରେ ଆଜି ମାସା ସଂଘ ଉପଜିଲ୍ଲାପାଳ ଭେଟି ଦାବି ପତ୍ର ଦେଇଛନ୍ତି l  ବିଦ୍ୟାଳୟ ପ୍ରଧାନ ଶିକ୍ଷକ,ବିଦ୍ୟାଳୟ ର ପରିଚାଳନା କମିଟି,କାର୍ଯ୍ୟରତ ଜେଇ ଏବଂ ଠିକାଦାର ଅବହେଳା ଯୋଗୁଁ ଛାତ୍ର ଟି ର ମୃତ୍ୟୁ ହୋଇଛି l ମୃତ୍ୟୁ ଛାତ୍ର ର ପରିବାର ଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବା ସହିତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା କାର୍ଯ୍ୟରତ ଜେଇ ଙ୍କୁ ବହିଷ୍କାର କରିବା ସହିତ ଠିକାଦାର ଙ୍କ ଲାଇସେନ୍ସ କୁ ବାତିଲ କରି କାର୍ଯାନୁଷ୍ଠାନ ନେବାପାଇଁ ଉପଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି l ଦାବି ପତ୍ର ପ୍ରଦାନ ସମୟରେ ମାସା ସଂଘ ରସୁନୀଲ ସୋରେନ,ମାସାଂଗ ହେମ୍ବ୍ରମ,ଲକ୍ଷ୍ମଣ ମାଝୀ,ଅନାଦି ସିଙ୍କୁ,ଗୋଜେନ୍ଦ୍ର ସୋରେନ,ଏବଂ ମୁନିରାମ ସୋରେନ  ପ୍ରମୁଖ ଉପସ୍ଥିତ ଥିଲେ l
Shrutilipi ad