Photo of telnati school

ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ରାଜ୍ୟ

ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ
ଆଗରପଡ଼ା,ତା୧୯/୧୨(ପିଏନଏସ):ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚିତ୍ତରଂଜନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ସରପଂଚ ପ୍ରକାଶ ବିଶ୍ୱାଳ, ସିଆରସିସି ନିରଞ୍ଜନ ଖିଲାର,ଏସଏମସି ସଭାପତି ବର୍ଷାରାଣୀ ମଲ୍ଲିକ, ଉପସଭାପତି ଦୋଳଗୋବିନ୍ଦ ନାଥ ପ୍ରମୁଖ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ଅଜିତ ରାଉଳ ସ୍ୱାଗତ ଭାଷଣ ଓ ଶିକ୍ଷକ ବିରେନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଖେଳ ଶିକ୍ଷୟିତ୍ରୀ ବିଦ୍ୟୁତଲତା ଦାସଙ୍କ ତତ୍ତ୍ୱାବଧାନରେ ବ୍ୟାଡ଼ମିଣ୍ଟନ, ଦୌଡ଼, ଗଣିତ ଦୌଡ଼, ସଟପୁଟ,ଡିସକସ ଥ୍ରୋ, ବସ୍ତା ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ ଆଦି ପ୍ରତିଯୋଗୀତାରେ ଛାତ୍ରୀମାନେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ ।
ତେଲନଟି ବିଦ୍ୟାଳୟ
ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଚାରିଗାଁ ଗ୍ରାମ ପଂଚାୟତ ତେଲନଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚାରିଗାଁ ପାଂୟତର ସମିତି ସଭ୍ୟ ଧରଣୀଧର କର ଅତିଥି ଭାବେ ଯୋଗଦେଇ କ୍ରୀଡା ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଯେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଚାରିଗାଁ ଗ୍ରାମ ପାଂୟତର ସମିତି ସଭ୍ୟ ଧରଣୀଧର କର ଯୋଗ ଦେଇ ପିଲା ମାନଙ୍କର ଶାରିରୀକ ଓ ମାନସିକ ବିକାଶରେ କ୍ରୀଡାର ଭୂମିକା ରହିଥିବା ପ୍ରକାଶ କରିବା ସହିତ ପ୍ରତ୍ୟେକ ଶିଶୁ ଭିତରେ ଥିବା ପ୍ରତିଭାର ବିକାଶ ନିମିତ୍ତ ସୁଯୋଗ ସୃଷ୍ଟି କରିବା ଆବଶ୍ୟକତା ରହିଥିବା ଏବଂ କ୍ରୀଡା ଉତ୍ସବ ସେଥି ମଧ୍ୟରୁ ଗୋଟିଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ଶୁଭଲକ୍ଷ୍ମୀ ନାୟକ, ସଭ୍ୟା ଅନୂସୟା ସେଠୀ, ରାଣୀଲତା ଦଳାଇ ସହକାରୀ ଶିଷକ ଭଗବାନ ସାହୁ, କିଶୋର କୁମାର ମାହାନ୍ତି, ମୃତ୍ୟୁଞ୍ଜୟ ଭୋଳ, ତପନ କୁମାର ବିଶ୍ୱାସ, ଶିକ୍ଷୟତ୍ରୀ କନକଲତା ନାୟକ, ମୋନାଲିସା ଯେନା, ଅର୍ଣପୁଣ୍ନା ଦାସ, କ୍ରୀଡା ଶିଷକ ସୌମ୍ୟ ରଞ୍ଜନ ତ୍ରିପାଠୀ, ୱାଡ୍ ସଭ୍ୟ ଶଙ୍କର୍ଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Shrutilipi ad