Photo for the news of electric wire

ବିଦ୍ୟୁତ ତାର ଚୋରି ଅଭିଯୋଗରେ ୨ ଗିରଫ

ରାଜ୍ୟ

ଆଗରପଡ଼ା: ବିଦ୍ୟୁତ ତାର ଚୋରୀ ଅଭିଯୋଗରେ ୨ଜଣ ଗିରଫ ହେବା ସହ ଏଥିରେ ବ୍ୟବହୃତ ଇଣ୍ଡିଗୋ କାର ସହ ୧୧ ବଣ୍ଡଲ ଆଲୁମିନିୟମ ବିଦ୍ୟୁତ ତାର (ଯାହାର ଆନୁମାନିକ ମୂଲ୍ୟ ୯୫ହଜାରରୁ ଅଧିକ ଟଙ୍କା ହେବ) ପୋଲିସ ଗିରଫ କରିଥିବାର ଜଣାପଡ଼ିଛି । ବନ୍ତ ଥାନା ଅନ୍ତର୍ଗତ ସଖିପାଟଣା ଛକରେ ସନ୍ଧ୍ୟା ସମୟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ଟାଟା ଇଣ୍ଡିଗୋ କାର ଦୃତ ଗତିରେ ନିମପଡ଼ା ପାର୍ଶ୍ୱରୁ ବନ୍ତ କେନାଲ ରାସ୍ତାରେ ଯାଉଥିଲା । ଏଥିରେ ସନ୍ଦେହ ହେବାରୁ କାରକୁ ପୋଲିସ ଯାଞ୍ଚଚ କରିବା ସମୟରେ ୧୧ ବଣ୍ଡଲ ଆଲୁମିନିୟମ ବିଦ୍ୟୁତ ତାର ପଛ ସିଟରେ ରହିଥିଲା । ଏହାର ଆବଶ୍ୟକ କାଗଜପତ୍ର ଅଭିଯୁକ୍ତ ଦ୍ୱୟ ଦେଖାଇ ପାରି ନଥିଲେ । ଥାନା କେସ ନଂ ୨୭୦/୨୫ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦ୍ୱୟ ଚଣ୍ଡିପୁର ଗ୍ରାମର ମୀର କଲିମୁଦ୍ଦୀନଙ୍କ ପୁଅ ମୀର କମଲ ଭଦ୍ଦୀନ ଓ ବନ୍ତର ସମୀର ସାହାଙ୍କ ପୁଅ ସ୍ୱରାଜ ସଂଗ୍ରାମ ସାହାଙ୍କୁ ପୋଲିସ ଗିରଫ କରିବା ସହ ହାତଗ୍ଲୋବ୍ସ, କଟର ଏବଂ ବ୍ୟବହୃତ ଟାଟା ଇଣ୍ଡିଗୋ କାରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ଚଢ଼ାଉରେ ଏସ୍‌.ଆଇ ମନୋହର ପାତ୍ର, ଏସ୍‌.ଆଇ ରଞ୍ଜିତା ବେହେରା, ଏ.ଏସ୍‌.ଆଇ କମଳାକାନ୍ତ ନାୟକଙ୍କ ସହ ଏକ ସ୍ୱତନ୍ତ୍ର ଟିମ୍ ସାମିଲ ଥିବାର ଜଣାପଡ଼ିଛି ।

Shrutilipi ad