ବାରିପଦା: ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାରିପଦା ବ୍ଲକସ୍ତରୀୟ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ଅଭିମନ୍ୟୁ ସେଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ବୈଠକରେ ଡାଏଟ, ମୟୁରଭଞ୍ଜର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଓ ଏଫ ଏଲ ଏନ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଯୋଗେଶ୍ୱର ଘୋଷ ମହାପାତ୍ର ଯୋଗଦେଇ ୧ମ ରୁ ୩ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୌଳିକ ସଂଖ୍ୟା ଓ ଭାଷା ଜ୍ଞାନ ଦକ୍ଷତା ବୃଦ୍ଧି ଉପରେ ଆଲୋକପାତ କରିଥିଲେ I ବି ଆର ସି ସି ତପସ୍ୱିନୀ ଦାଶ ଛାତ୍ରଛାତ୍ରୀଙ୍କ ନିରନ୍ତର ଶୈକ୍ଷିକ ସ୍ତରର ମୂଲ୍ୟାୟନ, ଲାଇବ୍ରେରୀ ପୁସ୍ତକ ପଠନ, ସ୍କୁଲରେ ନାମ ଲେଖାଇନଥିବା ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ I ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟରେ ନିୟମିତ ଉପସ୍ଥାନ ଉପରେ ଆଲୋଚନା କରିଥିଲେ I ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଶିକ୍ଷକ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଏହି ବୈଠକରେ ବାରିପଦା ବ୍ଲକର ସମସ୍ତ ସି ଆର ସି ସି, ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀ ଓ ଏଫ ଏଲ ଏନ ଶିକ୍ଷକ / ଶିକ୍ଷୟତ୍ରୀ ଉପସ୍ଥିତ ରହି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଓ ତା’ର ସମାଧାନ ଉପରେ ନିଜନିଜର ମତ ରଖିଥିଲେ I

