ଆଗରପଡ଼ା: ରାଜ୍ୟ ଓ କେନ୍ଦ୍ରର ମିଳିତ ସହଯୋଗରେ ଯାହାର ଭଙ୍ଗା କୁଡ଼ିଆ ଥାଏ ଗରିବ ଓ ଅସହାୟ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଏବଂ ଅନ୍ତଦ୍ୱର୍ୟ ଗୃହ ଯୋଜନାରେ ପକ୍କା ଗୃହ ନିମନ୍ତେ ୧ଲକ୍ଷ ୨୦ହଜାର ଟଙ୍କା ଓ ଅତିରିକ୍ତ ଏନଆରଜିଏସ ମାଧ୍ୟମରେ ୨୪ହଜାର ଟଙ୍କା ପ୍ରଦାନ କରାଯାଇଥାଏ । କିନ୍ତୁ ବର୍ତ୍ତମାନ ଯୁଗରେ ଖର୍ଚ୍ଚ ଅଧିକା ହେଉଥିବାରୁ ସେହି ଟଙ୍କାରେ ଘର ନିର୍ମାଣ କରିବା ଅସମ୍ଭବ ହୋଇପଡୁଛି । ଲୋକେ ୬ ମାସରୁ ଉର୍ଦ୍ଧ ସମୟ ହେବ ଘର ନିର୍ମାଣ ବାବଦ ଅଗ୍ରିମ ୪୦ ହଜାର ଟଙ୍କା ପାଇ ଥିଲେ ମଧ୍ୟ ଘର ଖଣ୍ଡିଏ କରିପାରୁନାହାନ୍ତି । ଏହିପରେ ସ୍ଥଳେ ଘର କରିପାରୁନଥିବା ଅସହାୟ ଓ ଗରିବ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତ ଯୁବ ସରପଂଚ ହିରେନ୍ଦ୍ର ଖିଲାର । ସୂଚନା ଅନୁଯାୟୀ;ସେହି ପଂଚାୟତର ତାଳବରେଇ ଜେନା ସାହି ଗ୍ରାମର ଭିନ୍ନକ୍ଷମ ଜନ୍ମରୁ ଅନ୍ଧ ବିଜୟ କୁମାର ଜେନା ୬ ମାସ ପୂର୍ବରୁ ପାଇଥିବା ଅନ୍ତର୍ଦ୍ଧୟ ଗୃହ ଯୋଜନାରେ ଘର ଖଣ୍ଡିଏ ପାଇଥିଲେ ମଧ୍ୟ ଘର ଖଣ୍ଡିଏ ନିର୍ମାଣ କରିପାରୁନଥିଲେ । ସ୍ଥାନୀୟ ୱାର୍ଡ ସଭ୍ୟା ସାନ୍ଧ୍ୟରାଣୀ ବେହରାଙ୍କ ପାଖରୁ ଯୁବ ସରପଂଚ ହିରେନ୍ଦ୍ର ବିଜୟଙ୍କ ଦୁଃଖ ଶୁଣିବା ପରେ ମଙ୍ଗଳବାର ବିଜୟଙ୍କ ଘରେ ପହଂଚି ପକ୍କାଘର ନିର୍ମାଣ ପାଇଁ ଶୁଭ ଦେଇଥିବା ଜଣାପଡ଼ିଛି । ଦୁଇ ମାସ ଭିତରେ ଏହି ନିର୍ମାଣ ସମ୍ପୂର୍ଣ କରିବା ପାଇଁ ବିଜୟକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯୁବ ସରପଂଚ । ଧାର୍ଯ୍ୟ ଜାଗାରେ ଗୃହ ନିର୍ମାଣ ପାଇଁ ୩ଲକ୍ଷରୁ ଅଧିକ ଅର୍ଥ ଆବଶ୍ୟକ ହେଉଥିବା ସ୍ଥଳେ ସରକାରଙ୍କ ତରଫରୁ ୧ଲକ୍ଷ ୪୪ହଜାର ଟଙ୍କାର ଆର୍ôଥକ ସହାୟତା ମିଳିବ ତେଣୁ ଆଉ ଯେଉଁ ଅର୍ଥ ଆବଶ୍ୟକ ପଡ଼ିବ ତାକୁ ସରପଂଚ ବହନ କରିବାର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ରାମକୃଷ୍ଣପୁର ଗ୍ରାମରେ ରାଜକିଶୋର ବାରିକଙ୍କ ଘର ନିର୍ମାଣ କାର୍ଯ୍ୟ ଚାଲିଥିବା କଥା ସରପଂଚ ହିରେନ୍ଦ୍ର ଖିଲାର ପ୍ରକାଶ କରିଛନ୍ତି ।ସରପଞ୍ଚଙ୍କ ଏହିପରି ମହାନତା କାର୍ଯ୍ୟ ପାଇଁ ଅଂଚଳବାସୀ ଭୂଷୟୀ ପ୍ରସଂଶା କରିଛନ୍ତି ।

