ବାରିପଦା : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଅଧିବାସୀ ଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଯୋଜନା କରି ତା’ର ସଠିକ ଉପଯୋଗ କରୁଥିବା ବେଳେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକ ରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ବିଜାତଳା ବ୍ଲକ ମଢେଇକଚା ପଂଚାୟତର ଖେଜୁରୀ ଗାଁ ।୫୫ଜଣ ପରିବାର ବସବାସ କରୁଛନ୍ତି।ଯାହାଙ୍କ ଆର୍ଥିକ ସ୍ଥିତି ଅତି ଦୟନୀୟ। ଗାଁ ରେ ୨ଟି ନଳକୂଅ ଅଛି। ସ୍ବଳ୍ପ ଓ ଗୋଳିଆ ପାଣି ବାହାରୁଛି। ଗାଁ ରେ ବସୁଧା ଯୋଜନା ରହିଛି। ଏବେ ମୋଟର ଅଚଳ ଯୋଗୁଁ ପ୍ରାୟ ୧୦ଦିନ ହେବ ଗ୍ରାମବାସୀ ବସୁଧା ପାନୀୟ ଜଳ ପାଇବାରୁ ବଂଚିତ ହେଉ ଥିଲେ l ଗାଁ ମୁଣ୍ଡରେ ଗୋଟିଏ କୂଅ ଅଛି। ସେହି କୂଅ ର ଦୂଷିତ ପାଣି ବ୍ୟବହାର କରୁଥିଲେ l ଏହି ବିଷୟରେ ଖବର ପ୍ରକାଶିତ ହେଲା ପରେ ସରକାରୀ ବାବୁଙ୍କ ଚେତା ପଶିଲା l ଆଜି ଖେଜୁରୀ ଗାଁ ଯାଇ ମରାମତି କରିଛନ୍ତି l l ଗ୍ରାମବାସୀ ସୁଦ୍ଧ ପାନୀୟ ଜଳ ପାଇଲେ l

