ବନ୍ତ/ଆଗରପଡ଼ା: ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ନିମାପଡ଼ା ସ୍ଥିତ କପାଳିକ୍ଷେତ୍ର ପାଶ୍ୱର୍ରେ ଅବସ୍ଥିତ ଥିବା ରାଧାକୃଷ୍ଣ ମଠ ପରିସରରେ ସାତଦିନବ୍ୟପି ଅଣତ୍ରୀଂଶ ତମ ଶ୍ରୀମଦ୍ ଭାଗବତ ପାରାୟଣ ରବିବାର ଉଦ୍ଯାପିତ ହୋଇଯାଇଛି । ଗତ ସୋମବାର ପ୍ରତ୍ୟୁଷରୁ ଘଟୋତ୍ତୋଳନ କରାଯିବା ପରେ ରାଧାକୃଷ୍ଣଙ୍କୁ ଷୋଡଶୋପଚାରରେ ପୂଜାର୍ଚ୍ଚନା କରା ଯାଇଥିଲା । ପାରାୟଣ ସପ୍ତାହ ଉର୍ଦେଶ୍ୟରେ ପ୍ରତ୍ୟହ ଭାଗବତ ପାଠ ସହ ଭଜନ, ନାମ ସଂକୀର୍ତ୍ତନ କରା ଯାଇଥିବା ବେଳେ ରବିବାର ଉଦ୍ଯାପନୀ ଦିବସରେ ପୂଜାର୍ଚ୍ଚନା ସହ ଗୃତ ଯଜ୍ଞ ସହ ପୂର୍ଣ୍ଣାହୂତି ପ୍ରଦାନ କରା ଯାଇଥିଲା । ଏହାକୁ ଶ୍ରବଣ ପାଇଁ ନିମାପଡ଼ା,ସାନବର୍ଚ୍ଚିକୟାଁ, ନରସିଂହପୁର, ରାମଚନ୍ଦ୍ରପୁର, ପାଟଣା, ରଘୁନାଥପୁର, ଜଗଦୀଶପୁର ,ଦୋଳପଦୀ ଆଦି ଗ୍ରାମରୁ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମଠର ପ୍ରତିଷ୍ଠାତା ରବିନ୍ଦ୍ର କର ଆୟୋଜନ କରିଥିବା ବେଳେ ପୂଜକ ଭାବେ ପଣ୍ଡିତ ବିରେନ୍ଦ୍ର ତ୍ରୀପାଠୀ, ସରୋଜ ମିଶ୍ର, ବଂଶିଧର କର ପ୍ରମୁଖ ଭାଗବତ ପାଠ କରିଥିଲେ । ଉଦ୍ପାପନୀ ଉତ୍ସବରେ ରାଧା କୃଷ୍ଣ ଙ୍କ ସହ ଶ୍ରୀମଦ ଭାଗଗତ କୁ ପୂଜାର୍ଚ୍ଚନା କରାଯିବା ସହ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କ ପାଇଁ ଆନନ୍ଦ ବଜାର ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଏହାକୁ ବିଭିନ୍ନ ଗ୍ରାମର ଗ୍ରାମବାସୀମାନେ ସହଯୋଗ କରିଥିଲେ ।

