ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ୪୬ତମ ସମାବର୍ତ୍ତନ ଉତ୍ସବ

ରାଜ୍ୟ

ବନ୍ତ/ଆଗରପଡ଼ା:ବନ୍ତ ବ୍ଲକର ଅଗ୍ରଣୀ ତଥା ପ ୁରାତନ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହେଉଥିବା ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ୪୬ତମ ସମାବର୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ମନୋରମା ମିଶ୍ର ଙ୍କ ପୈାରହିତ୍ୟ ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡ଼ ଶଶଧର ଦାସ,ମୁଖ୍ୟ ବକ୍ତା ଭାବେ ଅବସାପ୍ରାପ୍ତ ଅଧ୍ୟକ୍ଷ ତଥା ଗାଳ୍ପିକ ପବିତ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ କଲେଜରେ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନେ ନିଜର ସ୍ପୀୟ କର୍ତବ୍ୟକୁ ସୁଚାରୁରୁପେ ସଂପାଦନ କରି ଜଣେ ଚରିତ୍ରବାନ ନାଗରିକ ହେବାକୁ ଆହ୍ୱାନ ଦେଇ ଥିଲେ । ଅତିଥିମାନଙ୍କର ପରିଚୟ ପ୍ରଧାନ ଅଧ୍ୟାପକ ରାଜେଶ କୁମାର ବିଶ୍ୱାଳ,ମଂଚ ପରିଚଳନା ଓ ବାର୍ଷିକ ବିବରଣୀ ପାଠ ଅଧ୍ୟାପକ ଆଦିତ୍ୟନାରାୟଣ ବାରିକ, ବେଦପାଠ କରିଥିଲେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଦେବତା । ଏହି ଅବସରରେ ଅତିଥିମାନେ ବାର୍ଷିକ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଦସ୍ୟ ସଦସ୍ୟା,ପୁରାତନ ଓ ବର୍ତମାନର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀବୃନ୍ଦ ସହଯୋଗ କରିଥିଲେ ।

Shrutilipi ad