ଆଗରପଡ଼ା: ଆଗରପଡ଼ା ସ୍ଥିତ ଶ୍ରୀଅରବିନ୍ଦ ସାଧନା ପୀଠ ଟ୍ରଷ୍ଟର ୧୭ତମ ବାର୍ଷିକ ଉତ୍ସବ ଟ୍ରଷ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୯ଘଟିକା ସମୟରେ ମାତୃପତାକା ଉତ୍ତୋଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଦୁର୍ଗା ସ୍ତୋତ୍ର,ମା’ ପୁସ୍ତକ ପଠନ,ଧ୍ୟାନ ଓ ପ୍ରାର୍ଥନା ପରିଚାଳକ ବିଭୁତି ଭାଇ ବାରିପଦାଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲଶ । ମଦନ ମୋହନ ଦାଶ ସାବିତ୍ରୀ ପାଠ କରିଥିଲେ । ଅନ୍ନପୂର୍ଣ୍ଣା ପଣ୍ଡା ଟ୍ରଷ୍ଟ ତରଫରୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଜ୍ୟ ସଙ୍ଗଠକ ପ୍ରଭାତ ନାୟକ ଚିରନ୍ତନୀ ଆଲୋଚନା କରିବା ପରେ ଡ଼ ଗୋଲକ ବିହାରୀ ସାହୁ ପ୍ରେମ ଓ ମୃତ୍ୟୁର ରହସ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ସର୍ବଶେଷରେ ଅଧ୍ୟାପକ ଦୟାନିଧି ପାତ୍ର ଆଲୋଚନାର ସମୀକ୍ଷା କରିବା ପରେ ମଦନ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ,ବାଲେଶ୍ୱର,ମୟୁରଭଂଜ ଜିଲ୍ଲାର ବହୁ ମାତୃପ୍ରେମୀ ଓ ସ୍ଥାନୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘ କର୍ମକର୍ତ୍ତା ବୃନ୍ଦ ଯୋଗ ଦେଇଥିଲେ । ଅପରାହ୍ନରେ ପ୍ରସାଦସେବନ ପରେ ଆଧ୍ୟାତ୍ମିକ ପତାକା ଅବତରଣ ହୋଇଥିଲା । ମେନେଜିଂ ଟ୍ରଷ୍ଟି ଅରୁଣ ପଣ୍ଡାଙ୍କ ପ୍ରତ୍ୟକ୍ଷତ୍ତତତ୍ତ୍ୱାବଧାନରେ ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ବହୁ ଶ୍ରୀଅରବିନ୍ଦଙ୍କ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ ।

