Img 20251211 wa0240

ଓଡିଶା ଆଦିବାସୀ କଂଗ୍ରେସର ରାଜ୍ୟ ମୁଖପାତ୍ର ପ୍ରହ୍ଲାଦ ପୂର୍ତ୍ତି ହେଲେ ଜାତୀୟ ଆଦିବାସୀ କଂଗ୍ରେସର ଜାତୀୟ ସଂଯୋଜକ ସଦସ୍ୟ

ରାଜ୍ୟ
ବାରିପଦା: ଜାତୀୟ କଂଗ୍ରେସ ସଂଗଠନର ସଚିବ  କେ.ସି ବେନୁଗୋପାଲଙ୍କ ଦ୍ୱାରା ପ୍ରେରଣ କରାଯାଇଥିବା ଏକ ଲିଖିତ ପତ୍ର ରେ ଓଡିଶା ଆଦିବାସୀ କଂଗ୍ରେସର ରାଜ୍ୟ ମୁଖପାତ୍ର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତିଙ୍କୁ କେନ୍ଦ୍ରୀୟ ସଂଯୋଜକ ଭାବେ ନିୟୁକ୍ତି ଦିଆଯାଇଥିବାର ସୂଚନା ପ୍ରଦାନ କରିଛନ୍ତି । ଜାତୀୟ କଂଗ୍ରେସ କମିଟି ଆଦିବାସୀ ବିଭାଗ ଦ୍ୱାରା  ବିଗତ ମାସ ନଭେମ୍ବର 08-ରେ ନୂଆଦିଲ୍ଲୀର ଇନ୍ଦିରା ଭବନରେ ଦେଶର ପ୍ରମୁଖ ଆଦିବାସୀ ନେତୃତ୍ୱ ମାନଙ୍କ ନେଇ ସାକ୍ଷାତକାର କରିବାପରେ ପରିଶେଷରେ 26-ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି। ଓଡିଶା ରାଜ୍ୟରୁ ତିନିଜଣ ସଦସ୍ୟ ଅଛନ୍ତି, ଉତ୍ତର-ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପ୍ରହ୍ଲାଦ ପୂର୍ତି ଏବଂ ପଶ୍ଚିମ-ଓଡିଶାର କାଲାହାଣ୍ଡି ଜିଲ୍ଲାରୁ ପ୍ରତାପ କୁମାର ପ୍ରଧାନ ତଥା ଦକ୍ଷିଣ-ଓଡ଼ିଶା ନଵରଙ୍ଗପୁର ଜିଲ୍ଲାରୁ ମହିଳାନେତ୍ରୀ ପ୍ରତିନିଧୀ ହେରାବତି ଗୋଣ୍ଡଙ୍କୁ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତିର ଖବର ପରେ ସମଗ୍ର ଆଦିବାସୀ ସମାଜର ବିଶିଷ୍ଟ ବ୍ୟକ୍ତିମାନେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତି ଜିଙ୍କୁ ଅଭିନନ୍ଦନ ଓ ଅଭିନନ୍ଦନ ବାର୍ତ୍ତା ଦେଉଛନ୍ତି। ଅଲ ଇଣ୍ଡିଆ କଂଗ୍ରେସର ଏଭଳି ନିଷ୍ପତ୍ତିକୁ ସମସ୍ତେ ସମର୍ଥନ କରିଛନ୍ତି ଏବଂ ଏହାକୁ କଂଗ୍ରେସ ହାଇକମାଣ୍ଡର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ପ୍ରଶଂସନୀୟ ପଦକ୍ଷେପ ବୋଲି ବର୍ଣ୍ଣନା କରାଯାଇଛି। ଏହି ଅବସରରେ ବରିଷ୍ଠ ନେତା ତଥା କଂଗ୍ରେସ ହାଇକମାଣ୍ଡର ଏହି ନିଷ୍ପତ୍ତି ପାଇଁ ପୂର୍ବତନ ବିଧାୟକ ସ୍ୱାଗତ ଜଣାଇ କୃତଜ୍ଞତା ଜଣାଇଛନ୍ତି। ଏହି ନିଯୁକ୍ତି ସମଗ୍ର ଆଦିବାସୀ ସମ୍ପ୍ରଦାୟ ପାଇଁ ଗର୍ବର ବିଷୟ | ଏହି ନିଷ୍ପତ୍ତି ଓଡ଼ିଶା ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି।  ଜାତୀୟ ସ୍ତରରେ ଆଗାମୀ ଦିନରେ ଓଡିଶା ରାଜ୍ୟରେ ଆଦିବାସୀ ସମାଜର ବିଭିନ୍ନ ସମସ୍ୟାକୁ ମଜବୁତ କରିବା ବିଷୟରେ ଆଲୋଚନା କରାଯାଇଛି। ଏହି ନିଯୁକ୍ତି ପାଇବା ପରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି,  ଜାତୀୟ କଂଗ୍ରେସ ସଭାପତି  ମଲିକାର୍ଜୁନ ଖଡ଼ଗେ  ଏବଂ ଜନନାୟକ ଲୋକସଭା ବିରୋଧୀ ଦଳର ନେତା  ରାହୁଲ ଗାନ୍ଧୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ  ସୋନିଆ ଗାନ୍ଧୀ ଏବଂ ଜାତୀୟ କଂଗ୍ରେସ ସଂଗଠନ ସଚିବ  କେ ସି ବେନୁଗୋପାଲ, ବରିଷ୍ଠ ନେତା ଏସି ଏସଟି ବିଭାଗର ଦାୟିତ୍ୱ  କେ. ରାଜୁ ଏବଂ ଜାତୀୟ ଆଦିବାସୀ କଂଗ୍ରେସ ସଭାପତି ଡାକ୍ତର ବିକ୍ରାନ୍ତ ଭୁରିଆ ଏବଂ ଓଡ଼ିଶା କଂଗ୍ରେସ ସଭାପତି  ଭକ୍ତଚରଣ ଦାସ ଏବଂ ଓଡିଶା ଆଦିବାସୀ କଂଗ୍ରେସ ସଭାପତି  ଜଶୱନ୍ତ ନାରାୟଣ ସିଂ ଲାଗୁରୀ ଏବଂ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି  ଭୁବନ ବିହାରୀ ସାହୁ ପ୍ରମୁଖ ଙ୍କୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ସହିତ ଆଗାମୀ ଦିନରେ ଆଦିବାସୀ ସମାଜର ସମସ୍ୟା ଓ ସମାଧାନ ଦିଗରେ ସବୁବେଳେ ପ୍ରଚେଷ୍ଟା କରିବି  ଓ କଂଗ୍ରେସ ଦଳର ବିଚାରଧାରା ଓ ଆଦିବାସୀ ମାନଙ୍କର ସମ୍ବୈଧାନିକ ଅଧିକାର  କୁ ସୁରକ୍ଷା ପାଇଁ ସଂଘର୍ଷ ଜାରି ରହିବ ବୋଲି ଶ୍ରୀ ପୂର୍ତ୍ତି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି  ।
Shrutilipi ad